fbpx

ମହଙ୍ଗା ଘର ନିର୍ମାଣକୁ ଫୋକସ କରୁଛନ୍ତି ବିଲ୍ଡର, ଶସ୍ତା ବିଲ୍ଡିଂକୁ ମୁହଁ ବୁଲାଉଛନ୍ତି ଲୋକେ, ଜାଣନ୍ତୁ ଡିଟେଲ୍ସ

AAKASH

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ଘରର ଚାହିଦା ଖୁବ ଜୋରରେ ବଢିବାରେ ଲାଗିଛି । ଲୋକେ ବର୍ତ୍ତମାନ ଛୋଟ ଘରେ ରହିବାକୁ ପସନ୍ଦ କରୁନାହାନ୍ତି । ଜାନୁଆରୀ ରୁ ମାର୍ଚ୍ଚ ତ୍ରୟମାସିକରେ ୮ଟି ବଡ଼ ସହରରେ ୬୦ ଲକ୍ଷ ଟଙ୍କାର ଘର ଯୋଗାଣ ୩୮ ପ୍ରତିଶତରୁ କମି ୩୩ ହଜାର ୪୨୦ ୟୁନିଟ ରହିଛି । ଦେଶରେ ପାଖାପାଖି ସମସ୍ତ ବିଲ୍ଡର ଲଗଜରୀ ଫ୍ଲାଟ ନିର୍ମାଣ ଉପରେ ଧ୍ୟାନ ଦେଉଛନ୍ତି । କୋଭିଡ ୧୯ ପରେ ଛୋଟ ଘରର ଚାହିଦା ଲଗାତାର କମିବାରେ ଲାଗିଛି ।

ଋିୟଲ ଇଷ୍ଟେଟ ସେକ୍ଟରର ସଂଖ୍ୟାର ବିଶ୍ଲେଷଣ କରୁଥିବା ପ୍ରୋପଇକ୍ୟୁଟି ନିଜ ରିପୋର୍ଟରେ କହିଛି ଯେ, ଜମିର ମୂଲ୍ୟ ଏବଂ କଷ୍ଟ୍ରକ୍ସନ କାଷ୍ଟରେ ବୃଦ୍ଧି ଘଟିଛି । ଏହା ଚାଲୁଥିବାରୁ ଶସ୍ତା ଘରମାନଙ୍କୁ ତିଆରି କରିବାର ଫାଇଦା ତାଲିକାରେ ରଖାଯାଉନାହିଁ । ଦେଶର ୮ଟି ବଡ ସହରରେ ଚଳିତ ବର୍ଷର ଜାନୁଆରୀ-ମାର୍ଚ୍ଚ ମାସ ମଧ୍ୟରେ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଳ୍ୟର ନୂଆ ଘରର ଦର ୩୩,୪୨୦ ୟୁନିଟ ରହିଛି, ଯାହା ଏକ ବର୍ଷ ପୂର୍ବରୁ ସମାନ ଅବଧିରେ ୫୩ ହଜାର ୮୧୮ ୟୁନିଟ ଥିଲା । ଏହି ଡାଟା ଦିଲ୍ଲୀ-ଏନସିଆର, ମୁମ୍ବାଇ ମେଟ୍ରୋପଲିଟିନ ରିଜନ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା, ପୁନେ ଏବଂ ଅହମଦାବାଦରୁ ନିଆଯାଇଛି ।

ସର୍ଭେରୁ ଜଣାପଡିଛି ଯେ, ୨୦୨୩ ବର୍ଷରେ ଶସ୍ତା ଘରର ସପ୍ଲାଏରେ ୨୦ ପ୍ରତିଶତ ହ୍ରାସ ପାଇଥିଲା । ହ୍ରାସର ଏହି ସଂଖ୍ୟା ଚଳିତ ବର୍ଷରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରୋପଇକ୍ୟୁଟିର ସିଇଓ ଏବଂ ଏମଡି ସମୀର ଜସୁଜା କହିଛନ୍ତି ଯେ, ଦେଶର ଶୀର୍ଷ ଆଠଟି ସହରରେ ଶସ୍ତା ଘରର ସଂଖ୍ୟା ହ୍ରାସ ପାଇଛି । ୨୦୨୩ ବର୍ଷରେ ୬୦ ଲକ୍ଷ ଟଙ୍କାରୁ କମ ମୂଲ୍ୟର ମାତ୍ର ୧,୭୯,୧୦୩ ଘର ଜାରି କରାଯାଇଛି । ଏହା ୨୦୨୨ର ସଂଖ୍ୟାରେ ୨,୨୪,୧୪୧ ୟୁନିଟରୁ ୨୦ ପ୍ରତିଶତ କମ ଅଟେ । ଏହି ଟ୍ରେଣ୍ଡ ୨୦୨୪ ମସିହାରେ ଜାରି ରହିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.