fbpx

୫୫ ଡିଗ୍ରୀ ତାପମାତ୍ରାରେ ଜଳୁଛି ରାଜସ୍ଥାନ: ଇଣ୍ଡୋ-ପାକ୍ ସୀମାରେ ଯବାନଙ୍କ ୨ ଗୁଣ ଯନ୍ତ୍ରଣା

AAKASH

ନୂଆଦିଲ୍ଲୀ: ରାଜସ୍ଥାନରେ ଭୟଙ୍କର ରୂପ ଧାରଣ କରିଛି ହିଟୱେଭ । ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୁ’ର ପ୍ରଭାବରେ ନିଆଁ ବୃଷ୍ଟି ହେବା ପରି ମନେ ହେଉଛି । ରାଜ୍ୟରେ ତାପମାତ୍ରା ଏବେ ୫୫ ଡିଗ୍ରୀ ଅତିକ୍ରମ କରିସାରିଲାଣି । ବିଶେଷ କରି ଭାରତ-ପାକିସ୍ତାନର ପଶ୍ଚିମ ସୀମାରେ ଭୀଷଣ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏଭଳି ପରିସ୍ଥିତିରେ ମଧ୍ୟ ହାର ମାନି ନାହାନ୍ତି ଭାରତୀୟ ସେନାର ବୀର ଯବାନ୍ । ୫୫ ଡିଗ୍ରୀର ତାପମାତ୍ରାକୁ ଖାତର ନ କରି ଦେଶର ସୁରକ୍ଷା ପାଇଁ ମରୁଭୂମି ବାଲିରେ ପ୍ରହରା ଦେଉଛନ୍ତି ଭାରତ ମାତାର ବୀର ସନ୍ତାନ ।

Rajasthan Weather

ସତରେ, ଭାରତୀୟ ଯବାନ ଖୁବ ସହିଷ୍ଣୁ । ତାଙ୍କ ଦେହରେ ରକ୍ତ ବଦଳରେ ବହୁଛି ଦେଶପ୍ରେମର ଉସବାହ । ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଘରୁ ବାହାରକୁ ବାହାରିବା ବନ୍ଦ କରି ଦେଇଥିବା ବେଳେ ୫୫ ଡିଗ୍ରୀ ତାପମାତ୍ରା ଭାରତୀୟ ଯବାନଙ୍କ ମନୋବଳକୁ ଦୋହଲାଇ ପାରିନାହିଁ । ୫୫ ଡିଗ୍ରୀ ତାପମାତ୍ରା ଏବଂ ଲୁ’ର ଭୟଙ୍କର ରୂପକୁ ପଛରେ ପକାଇ ଦେଶର ସୁରକ୍ଷାରେ ଅଟଳ ରହିଛନ୍ତି ଭାରତର ବୀର ଯବାନ୍ । ସୂଚନା ଅନୁସାରେ, ଇଣ୍ଡୋ-ପାକ୍ ବର୍ଡରରେ ତାପମାତ୍ରା ୫୫ ଡିଗ୍ରୀ ପାର୍ କରିଛି । କିନ୍ତୁ ଏହି ସମୟରେ ରାଜସ୍ଥାନର ମରୁଭୂମି ବାଲିରେ ବୁଲି ବୁଲି ସୁରକ୍ଷା ଦାୟିତ୍ୱ ସୁଚାରୂ ରୂପେ ତୁଲାଇଛନ୍ତି ଦେଶର ପୁରୁଷ ଏବଂ ମହିଳା ଯବାନ୍ ।

IMD का अनुमान

ପାଣିପାଗ ବିଭାଗେ ଅନୁସାରେ, ଏହି ଅଞ୍ଚଳରେ ଶୁଷ୍କ ବାୟୁ ପ୍ରବାହ ଜାରି ରହିଥିବା ବେଳେ ଏହା ସିନ୍ଧ, ବଲୁଚିସ୍ତାନ ଏବଂ ମରୁଭୂମିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ୧ ସପ୍ତାହରୁ ଭାରତ-ପାକିସ୍ତାନ ବର୍ଡରର ପଶ୍ଚିମ ସୀମାରେ ତାପମାତ୍ରା ୫୪-୫୬ ଡିଗ୍ରୀ ମଧ୍ୟରେ ଥିବା ଦର୍ଶାଇଛି ମିଟର ।ତେବେ ଗତ ୧୦୦ ବର୍ଷ ମଧ୍ୟରେ ଏଭଳି ହିଟୱେଭ ଦେଶକୁ ଛୁଇଁ ନଥିଲା । ତେବେ ବାଲି ଏତେ ଗରମ ଥାଏ ଯେ, ଅନେକ ସମୟରେ ଜୋତାର ସିଲେଇ ମଧ୍ୟ ତରଳି ଯାଉଥିବା କହିଛନ୍ତି ଯବାନ୍ । କିଛି ଦିନ ତଳେ ଜଣେ ଯବାନ୍ ଏହି ବାଲିରେ ପାମ୍ପଡ଼ ସେକି ଖାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । କିନ୍ତୁ ଏସବୁ ସ୍ଥିତିରେ ମଧ୍ୟ ସାହସ ଏବଂ ଧୈର୍ଯ୍ୟର ସହ ଯବାନମାନେ ନିଜ କର୍ତ୍ତବ୍ୟନିଷ୍ଠା ଦେଖାଇଛନ୍ତି ।

IMD का अनुमान

Get real time updates directly on you device, subscribe now.