fbpx

(Video) ମାର୍କେଟକୁ ଆସିଲା E-Spoon… ସୁଇଚ୍ ଅନ୍ କଲେ ଚାମଚରୁ ବାହାରିବ ଲୁଣ, ଦେଖନ୍ତୁ ଭିଡିଓ

AAKASH

ଓଡ଼ିଶା ଭାସ୍କର: ଆମେ ଖାଇବା ବେଳେ ଷ୍ଟିଲ ଚାମଚ ବ୍ୟବହାର କରିଥାଉ । ଚାମଚରେ ଖାଇବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି । ତେବେ ଚାମଚ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏବେ ମାର୍କେଟକୁ ଆସିଛି ଏକ ସୁନ୍ଦର ଏବଂ ଡିଜିଟାଲ ଚାମଚ । ଏହା ସାଧାରଣ ଷ୍ଟିଲ ଚାମଚ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏଥିରେ ଥିବା ଏକ ସୁଇଚ୍ ଅନ୍ କଲେ ସେଥିରୁ ଲୁଣ ବାହାରିଥାଏ । ଏବେ ସାମ୍ନାକୁ ଆସିଛି ଇଲେକ୍ଟ୍ରିକ ଚାମଚ ବା ଡିଜିଟାଲ ଚାମଚ ବୋଲି ମଧ୍ୟ କୁହାଯାଇପାରେ । ଏହି ଇ- ଚାମଚ ହାତରେ ଧରୁ ଧରୁ ବଢ଼ାଇବ ଲୁଣର ସ୍ୱାଦ ।

ପୂର୍ବରୁ ଇଲେକ୍ଟ୍ରିକ୍ କୁକର ଓ ବ୍ରଶ୍ ଭଳି ଉପକରଣ ବଜାରରେ ଖୁବ ଲୋକପ୍ରିୟ ହୋଇପାରିଛି । କିନ୍ତୁ ଏବେ ଆସିଛି ଇଲେକ୍ଟ୍ରି ଚାମଚ । ଏହି ଚାମଚରେ କେବଳ ଜଣେ ବ୍ୟକ୍ତି ଖାଦ୍ୟ ଖାଇପାରିବେ ତା ନୁହେଁ, ଏହି ଚାମଚ ବ୍ୟବହାର କଲେ ଖାଦ୍ୟରେ ଲୁଣ ପକାଇବା ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ । ଅର୍ଥାତ୍, ଏହି ଇ-ଚାମଚରେ ଖାଇବା ସମୟରେ ଆପେ ଆପେ ଲୋକେ ଖାଦ୍ୟରେ ଲୁଣ ପକାଇ ପାରିବେ । ଏହି ଚାମଚରେ ଏକ ସୁଇଚ୍ ରହିଛି, ଯାହାକୁ ଅନ୍ କଲେ ଖାଦ୍ୟରେ ଆପେ ଆପେ ଲୁଣ ପଡ଼ିପାରିବ । ଚାମଚରୁ ହିଁ ଏହି ଲୁଣ ବାହାରିଥାଏ । ଅତିରିକ୍ତି ସୋଡିୟିମ୍ ବିନା ଖାଦ୍ୟରେ ଲୁଣର ସ୍ୱାଦକୁ ବଜାୟ ରଖିବ ଏହି ଇ-ଚାମଚ । ଏହା ସ୍ୱାସ୍ଥ୍ୟକର ଭୋଜନକୁ ପ୍ରୋତ୍ସାହିତ କରିବ । ଗତ ସୋମବାର ଏହି ଇଲେକ୍ଟ୍ରିକ ଚାମଚ ଲଞ୍ଚ୍ ହୋଇଛି । ଜାପାନର ସୁରା ପ୍ରସ୍ତୁତକାରୀ କମ୍ପାନି କିରିନ୍ ହୋଲ୍ଡିଂ ବୈଦ୍ୟୁତିକ ଚାମଚ ବିକ୍ରି ଆରମ୍ଭ କରିବାକୁ ଯାଉଛି ।

କିରିନ କମ୍ପାନି ଚଳିତ ମାସ ୧୯,୮୦୦ ୟେନ୍ ଅର୍ଥାତ୍ ପ୍ରାୟ ୧୦,୫୨୦ ଟଙ୍କାରେ ୨୦୦ ଇଲେକ୍ଟ୍ରି ସଲ୍ଟ ସ୍ପୁନ୍ ବା ଇ-ଲୁଣ ଚାମଚ ଅନଲାଇନ୍ ବିକ୍ରି କରିବ । କିଛି ଚାମଚ ଜୁନରୁ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ଆଗାମୀ ୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଗ୍ରାହକଙ୍କୁ ଏହି ଚାମଚ ବିକ୍ରି କରିବାର ଲକ୍ଷ୍ୟ ରହିଛି । ବିଦେଶରେ ଆସନ୍ତା ବର୍ଷଠୁ ଚାମଚ ବିକ୍ର୍ରିିହେବ । ମିଜି ବିଶ୍ୱବିବିଦ୍ୟାଳୟର ପ୍ରଫେସରଙ୍କ ସହ ମିଶି କମ୍ପାନି ପ୍ଲାଷ୍ଟିକ୍ ଓ ଧାତୁରେ ନିର୍ମିିତ ଏହି ଚାମଚ ପ୍ରସ୍ତୁତ କରିିଛି । ଏହା ପୂର୍ବରୁ ପ୍ରଫେସର ହୋମିପ୍ରୋଟୋଟାଇପ୍ ଇଲେକ୍ଟ୍ରିକ୍ ଚପ୍ ଷ୍ଟିକରେ ସ୍ୱାଦ ବଢ଼ାଇବାର ପ୍ରଭାବ ପ୍ରଦର୍ଶନ କରିସାରିଛନ୍ତି । ସଦ୍ୟ ବିକଶିତ ଇ-ଚାମଚ ଜିଭକୁ ୱିକ୍ ଇଲେକ୍ଟ୍ରିକ୍ ଫିଲ୍ଡ ପଠାଏ । ବିୟର୍ ବ୍ୟବସାୟ କରୁଥିବା କିରିନ କମ୍ପାନି ଏବେ ସ୍ୱାସ୍ଥ୍ୟ ହିତକର ଉତ୍ପାଦ ଉପରେ ଧ୍ୟାନ ଦେଉଛି ।

Get real time updates directly on you device, subscribe now.