fbpx

ନିଜ ବୀମା କମ୍ପାନୀକୁ ବନ୍ଦ କରିବ ପେଟିଏମ, IRDAIରୁ ଫେରାଇ ନେଲା ଆପ୍ଲିକେସନ

AAKASH

ନୂଆଦିଲ୍ଲୀ: ଫିନଟେକ ଫର୍ମ ପେଟିଏମ ନିଜ ବୀମା କମ୍ପାନୀ କରିବାର ସ୍ୱପ୍ନକୁ ଶେଷ କରିଛି । ଏଥିସହ ପେଟିଏମ ଜେନେରାଲ ଇନସୁରାନ୍ସ ଲିମିଟେଡ ସମାପ୍ତ ହୋଇଛି । ପେଟିଏମ ଇନସ୍ୟୁରାନ୍ସ ସେକ୍ଟରର ରେଗୁଲେଟର ଇରଡାକୁ ଦେଇଥିବା ଆପ୍ଲିକେସନକୁ ପୁନଶ୍ଚ ଫେରାଇନେଇଛି । ବର୍ତ୍ତମାନ କମ୍ପାନୀ ଇନସୁରାନ୍ସ ପ୍ରଡକ୍ଟ ତିଆରି କରିବା କାରଣରୁ କେବଳ ଡିଷ୍ଟ୍ରିବୁସନ ଉପରେ କାମ କରିବ ।

ନୋଏଡା ସ୍ଥିତ ପେଟିଏମ କହିଛି ଯେ, ବର୍ତ୍ତମାନ ଏହା ପ୍ରାଇଭେଟ ବୀମା କମ୍ପାନୀ ପେଟିଏମ ଜେନେରାଲ ଇନସୁରାନ୍ସ ଚଲାଇବ ନାହିଁ । ଏହି ବିଷୟରେ ଆମେ ଇରଡାକୁ ସୂଚାଇ ଦେଇଛୁ । ପଏଟିମର ପ୍ୟାରେଣ୍ଟ କମ୍ପାନୀ ୱାନ ୯୭ କମ୍ୟୁନିକେସନର ସବସିଡିଆରୀ ପେଟିଏମ ଜେନେରାଲ ଇନସୁରାନ୍ସ ବର୍ତ୍ତମାନ ଇନସୁରାନ୍ସ ଡିଷ୍ଟ୍ରିବୁସନ ଉପରେ ଫୋକସ କରିବ । ଏହି କାମ ପେଟିଏମ ଇନସୁରାନ୍ସ ବ୍ରେକିଙ୍ଗ ପ୍ରାଇଭେଟ ଲିମିଟେଡ ଜରିଆରେ କରାଯିବ । ସେ ଇନସୁରାନ୍ସ ପ୍ରଡକ୍ଟ ମାର୍କେଟରେ ଆଣିବାର ଇଛାକୁ ତ୍ୟାଗ କରିଛି ।

ୱାନ ୯୭ କମ୍ୟୁନିକେସନ ପେଟିଏମ ଜେନେରାଲ ଇନସୁରାନ୍ସରେ ପାଖାପାଖି ୯୫୦ କୋଟି ଟଙ୍କା ନିବେଶ କରିବାର ପ୍ଲାନ କରିଥିଲା । ବର୍ତ୍ତମାନ କମ୍ପାନୀ ଏହି ଟଙ୍କା ସଞ୍ଚୟ କରିପାରିବ । ୨୦୨୨ ରେ କମ୍ପାନୀ ପେଟିଏମ ଜେନେରାଲ ଇନସୁରାନ୍ସରେ ନିବେଶର ୧୦ ବର୍ଷର ପ୍ଲାନ କରିଥିଲା । ଏଥିସହ ୱାନ ୯୭ କମୁନିକେସନର ବୋର୍ଡ କମ୍ପାନୀରେ ନିଜ ଭାଗିଦାରୀ ୪୯ ପ୍ରତିଶତରୁ ବଢି ୭୪ ପ୍ରତିଶତ କରିବାର ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.