fbpx

ଏଫ୍‌ଡି ଉପରେ ୯% ପାଖାପାଖି ସୁଧ ଦେଉଛନ୍ତି ଏହିସବୁ ବ୍ୟାଙ୍କ, ନିବେଶକ ହେଉଛନ୍ତି ମାଲାମାଲ

AAKASH

ନୂଆଦିଲ୍ଲୀ:ଦେଶର ୭ ବ୍ୟାଙ୍କ ଏଫଡିରେ ସୁଧ ହାରରେ ପରିବର୍ତ୍ତନ କରିଛି । ଫଳରେ ରିଟର୍ଣ୍ଣ ଲିମିଟ୍ ୯% ଟପିଯାଇଛି । ଏହି ବ୍ୟାଙ୍କ ମଧ୍ୟରେ ଏସ୍‌ବିଆଇ, ଡିସିବି ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ସିଟି ୟୁନିୟନ ବ୍ୟାଙ୍କ, ଆରବିଏଲ୍‌, କ୍ୟାପିଟାଲ୍ ବ୍ୟାଙ୍କ ସ୍ମଲ ଫାଇନାନ୍ସ ରହିଛି ।

ଗତ ୧୫ ମାସ ଭିତରେ ଆରବିଆଇ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ବର୍ତ୍ତମାନର ସୁଧ ହାରରେ ଆରବିଆଇର ପଲିସି ରେଟ୍ ହାଇରେ ରହିଛି । ଫଳରେ ଫିିକ୍ସଡ୍ ଡିପୋଜିଟ୍‌ର ଗୁରୁତ୍ୱ ବଢିଛି । ବହୁ ବ୍ୟାଙ୍କ ଏଫଡି ଉପରେ ୯%ରୁ ଅଧିକ ସୁଧ ଦେଉଛନ୍ତି । ଫଳରେ ନିବେଶକଙ୍କ ମୋଟା ରକମର ରୋଜଗାର ହେଉଛି ।

ଏହା ବ୍ୟତିତ ବହୁ ବ୍ୟାଙ୍କ ସେମାନଙ୍କର ସ୍ପେସିଆଲ ଏଫଡି ସ୍କିମ୍ କରୋନା ପରେ ଏ ପର୍ଯ୍ୟନ୍ତ ଚାଲୁ ରଖିଛନ୍ତି । ଏଥିରେ ସେମାନେ ବରିଷ୍ଠ ନାଗରିକଙ୍କୁ ଅଧିକ ସୁଧ ଦେଉଛନ୍ତି । ତେବେ ଜୁନ୍‌ରେ ହେବାକୁ ଥିବା ବୈଠକରେ ବି ଆରବିଆଇର ସୁଧ ହାର ବଢିବାର ସମ୍ଭାବନା ନାହିଁ । ଏହି କାରଣରୁ ଦେଶର କିଛି ବ୍ୟାଙ୍କ ଏଫଡି ସୁଧ ହାର ଆହୁରି ବୃଦ୍ଧି କରିପାରନ୍ତି ।

Get real time updates directly on you device, subscribe now.