fbpx

ପୁଣି BCCIକୁ ବ୍ରେକ ମାଗିଲେ କୋହଲି: ବିଶ୍ୱକପ୍ ପୂର୍ବରୁ ବଢିଲା ରୋହିତଙ୍କ ଟେନସନ୍

AAKASH

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ୪ଟି ଦିନ ବାକି ରହିଛି । ଏ ଏଥିପାଇଁ ଟିମ ଇଣ୍ଡିଆ ମଧ୍ୟ ଆମେରିକା ପାଇଁ ଯାତ୍ରା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବଡିଙ୍କ ସମେତ କିଛି ଖେଳାଳି ନ୍ୟୁୟର୍କ ଯାଇଛନ୍ତି । ତେବେ ବିରାଟ କୋହଲି ଏବଂ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପରେ ଯିବେ ବୋଲି କୁହାଯାଇଛି । କିନ୍ତୁ ଏହାଭିତରେ ବିରାଟ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ଏବେ ବିସିସିଆଇକୁ ପୁଣିଥରେ ବ୍ରେକ ମାଗିଛନ୍ତି ବିରାଟ । କୋହଲିଙ୍କ ଏହି ନିଷ୍ପତ୍ତି ବର୍ତ୍ତମାନ ଅଧିନାୟକ ରୋହିତଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ।

ପ୍ରଥମ ପର୍ଯ୍ୟାୟରେ ଅଧିନାୟକ ରୋହିତ ଶର୍ମା, ରାହୁଲ ଦ୍ରାବିଡ, ଜଶପ୍ରୀତ ବୁମରାହଙ୍କ ସହ ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା ଏବଂ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ବିରାଟ କୋହଲି ମଧ୍ୟ ନ୍ୟୁୟର୍କ ଯାତ୍ରାରେ ସାମିଲ ହେବାକୁ ଥିବା ବେଳେ ସେ ଏଥରୁ ଦୂରେଇ ରହିଛନ୍ତି । କିନ୍ତୁ ଏକ ରିପୋର୍ଟ ଅନୁସାରେ, ବିରାଟ କୋହଲି ବିସିସିଆଇ ପାଖରେ ଅପିଳ କରି ନିଜ ବ୍ରେକ ସମୟ ବୃଦ୍ଧି କରାଇଛନ୍ତି । ଆଗାମୀ କିଛି ଦିନ ପାଇଁ ପୁଣି ବ୍ରେକରେ ରହିବାକୁ ବିସିସିଆଇ ପାଖରେ ନିବେଦନ କରିଛନ୍ତି ବିରାଟ । ତେବେ କୋହଲିଙ୍କ ଏହି ନିଷ୍ପତ୍ତିକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ବିରାଟ ବ୍ରେକ ପାଇଁ ଅପିଲ କରିବା ପରେ ବର୍ତ୍ତମାନ ୨ଟି ପ୍ରଶ୍ନ ସମସ୍ତଙ୍କୁ ବିଚଳିତ କରିଛି । ବିଶ୍ୱକପରେ କେଳିବେ ତ ବିରାଟ? ବାଂଲାଦେଶ ବିପକ୍ଷ ୱାର୍ମ-ଅପ୍ ମ୍ୟାଚରେ ଦଳ ସହ ସାମିଲ ହେବେ ତ କୋହଲି?

ସୂଚନା ଅନୁସାରେ, ଏଲିମିନେଟର ମ୍ୟାଚରେ ବେଙ୍ଗଲୁରୁ ବାଦ୍ ପଡ଼ିବା ପରେ ବିରାଟ କୋହଲି ସାମାନ୍ୟ ଆହତ ହୋଇଛନ୍ତି । ତେଣୁ ବୋର୍ଡକୁ ସେ କିଛି ଦିନ ବ୍ରେକ ପାଇଁ ଆବେଦନ କରିଛନ୍ତି । ବିସିସିଆଇ ମଧ୍ୟ ବିରାଟଙ୍କ ଆବେଦନକୁ ସମ୍ମାନ ଜଣାଇ କିଛି ଦିନର ବ୍ରେକ ପାଇଁ ଅନୁମତି ପ୍ରଦାନ କରିଛି । ତେବେ ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବିରାଟ କିଛି ଦିନ ବିଳମ୍ବରେ ଟିମ ଇଣ୍ଡିଆରେ ସାମିଲ ହେବେ । କୋହଲି ପ୍ରାୟ ଆସନ୍ତା ମେ’ ୩୦ ତାରିଖ ମଧ୍ୟ ରେ ନ୍ୟୁୟର୍କ ଗସ୍ତ କରିପାରନ୍ତି । ଅର୍ତାତ୍ ବିରାଟ ବାଂଲାଦେଶ ବିପକ୍ଷ ୱାର୍ମ-ଅପ୍ ମ୍ୟାଚରୁ ଦୂରେଇ ରହିବେ ।

Get real time updates directly on you device, subscribe now.