fbpx

ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯକାଳ ବୃଦ୍ଧି କଲେ କେନ୍ଦ୍ର ସରକାର

AAKASH

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରବିବାର ଦିନ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବଢାଇ ଦେଇଛନ୍ତି । ଏହି କାର୍ଯ୍ୟକାଳ ଏକ ମାସ ପାଇଁ ବଢାଯାଇଛି । ଜେନେରାଲ ମନୋଜ ପାଣ୍ଡେ ୩୧ ମେ ରେ ନିଜ ପଦବୀରୁ ରିଟାୟର ହେବାର ଥିଲା । ସରକାର ଏକ ନୋଟିଫିକେସନ ଜାରି କରି ଏହାର ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଜେନେରାଲ ମନୋଜ ପାଣ୍ଡେ ସେନା ମୁଖ୍ୟ ଭାବେ ୩୦ ଏପ୍ରିଲ ୨୦୨୨ ବର୍ଷରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ମନୋଜ ପାଣ୍ଡେ ସେନାର ହିତରେ ଅନେକ ଲାଭଦାୟକ କାର୍ଯ୍ୟ କରିଛନ୍ତି ।

ନୋଟିଫିକେସନରେ କୁହାଯାଇଛି ଯେ, ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ୨୬ ମେ ରେ ସେନା ନିୟମ ୧୯୫୪ର ୧୬ ଏ(୪) ଅନୁଯାୟୀ ଆର୍ମି ଚିଫ ଜେନେରାଲ ମନୋଜ ସି ପାଣ୍ଡେଙ୍କ ସେବାରେ ସେବାନୁବୃତ୍ତିର ସାମାନ୍ୟ ଆୟୁ(୩୧ ମେ) ରୁ ଆଉ ଏକ ମାସ ଅର୍ଥାତ ୩୦ ଜୁନ ପର୍ଯ୍ୟନ୍ତ ବଢାଯାଇଛି । ଏପ୍ରିଲ ୨୦୨୨ରେ ଏହି ଦାୟିତ୍ୱ ନେବା ପୂର୍ବରୁ ସେ ସେନାର ଉପ ପ୍ରମୁଖଙ୍କ ପଦବୀ ସମ୍ଭାଳିଥିଲେ । ଜେନେରାଲ ମନୋଜ ପାଣ୍ଡେଙ୍କୁ ଡିସେମ୍ବର ୧୯୮୨ରେ କୋର ଅଫ ଇଞ୍ଜିନିୟର୍ସରେ କମିଶନ ଦିଆଯାଇଥିଲା । ସୂଚନା ମୁତାବକ ଏହି ସମୟରେ ରେନାର ପାଖାପାଖି ୧.୨ ମିଲିୟନ ଜବାନ ରହିଛନ୍ତି ।

Get real time updates directly on you device, subscribe now.