fbpx

ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ ମାମଲା ; ୫୦ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କଲା ୧୫ ବର୍ଷୀୟ ବାଳକ

AAKASH

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଜ୍ଜାଫାରପୁରରେ ଜଣେ ୧୫ ବର୍ଷୀୟ ବାଳକ ଜଣେ ୫୦ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି । ବାଳକଟିର ଅଭିଯୋଗ ରହିଛି ଯେ, ମୃତକ ଜଣକ ତାଙ୍କ ସହ ଦୁଷ୍କର୍ମ କରୁଥିଲେ ଏବଂ ତାର ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିଲେ । ଏହି କାରଣ ପାଇଁ ସେ ବାରମ୍ବାର ସେହି ନାବାଳକଙ୍କ ସହ ଦୁଷ୍କର୍ମ କରିଥିଲେ । ଏଥିରେ ଚିନ୍ତିତ ହୋଇ ବାଳକଟି ହତ୍ୟା କରିଛି । ପୋଲିସ ନାବାଳକ ଅଭିଯୁକ୍ତଙ୍କୁ ହେପାଜତରେ ନେଇଛନ୍ତି ଏବଂ ମାମଲାର ତଦନ୍ତ ଚଳାଇଛନ୍ତି ।

ପୋଲିସ ମୃତକଙ୍କ ଭାଙ୍ଗିଯାଇଥିବା ମୋବାଇଲ ଫୋନକୁ ଜବତ କରିଛି । ଏସପି ଆଦିତ୍ୟ ବଂସଲ ସଂପୂର୍ଣ୍ଣ ମାମଲାର ସୂଚନା ଦେଇଛନ୍ତି । ମୃତକଙ୍କ ଶବ ୧୯ ମେ ଶାହପୁର ଥାନା ଅଞ୍ଚଳ ସ୍ଥିତ ଗ୍ରାମର ଏକ ବନ୍ଦ ଘରେ ମିଳିଥିଲା । ଘର ବାହାରେ ତାଲା ଲଟକା ଯାଇଥିଲା । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଥିଲା । ଅଭିଯୁକ୍ତ ବାଳକକୁ ଗିରଫ କରିବା ପରେ ତାଙ୍କ କହିବାନୁଯାୟୀ, ଘଟଣାସ୍ଥଳରୁ ହତ୍ୟାକାରୀ ଅସ୍ତ୍ର ଏବଂ ମୃତକଙ୍କର ଫୋନ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.