fbpx
BJD
BJD SKY
BJD SKY

ଗରମ କାରଣରୁ ମୁଡ୍ ଖରାପ ହୋଇଥାଏ: ରିସର୍ଚ୍ଚରୁ ଖୁଲାସା, ଠିକ୍ କରିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍‌

BJD

ଓଡ଼ିଶା ଭାସ୍କର: ବର୍ତ୍ତମାନ ଭାରତରେ ଅନେକ ସହରରେ ଗରମ ସହ ଗୁଳୁଗୁଳି ରେକର୍ଡ ଭାଙ୍ଗିଛି । ଅଧିକ ତାପମାତ୍ରା ଯୋଗୁଁ ଅଧିକାଂଶ ଲୋକେ ଅଶୁଂଘାତର ମଧ୍ୟ ଶିକାର ହେଉଛନ୍ତି । ତେବେ କିଛି ରିସର୍ଚ୍ଚରୁ ଜଣାପଡିଛି ଯେ, ଗ୍ରୀଷ୍ମ ଲହରୀ ପାଇଁ ମୁଡ ଅଧିକ ଖରାପ ହୋଇଯାଏ । ଭୀଷଣ ଗରମ ପାଇଁ ଲୋକଙ୍କ ମଧ୍ୟରେ ଥକ୍କାପଣ ଏବଂ ଚିଡିଚିଡାପଣ ଏବଂ ଉଦାସ ମଧ୍ୟ ଦେଖାଯାଉଛନ୍ତି ।

ଯଦି ଆପଣଙ୍କୁ ମଧ୍ୟ ଏହି ଗ୍ରୀଷ୍ମରେ ଉଦାସ ଅନୁଭବ ହେଉଛି ତେବେ ଆପଣ ଏକା ନୁହେଁ ବରଂ ସବୁ ଲୋକଙ୍କ ସହ ମିଶନ୍ତୁ । ଏହି ଋତୁରେ ମୁଡ ଏବଂ ସ୍ୱସ୍ଥ୍ୟ ଦୁଇଟି କଥା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଗରମରୁ ବର୍ତ୍ତିବା ସହ ମୁଡକୁ ଭଲ କରିବା ପାଇଁ ଆସନ୍ତୁ ଜାଣିବା ଟିପ୍ସ ।

ଗ୍ରୀଷ୍ମ ପ୍ରବାହ ମୁଡକୁ ଅଧିକ ପ୍ରଭାବିତ କରିଥାଏ । ଯେତେବେଳେ ବାହର ତାପମାତ୍ରା ଅଧିକ ହୋଇଯାଏ ଏବଂ ଆର୍ଦ୍ରତା ବଢିଯାଏ ତେବେ ଶରୀରର ତାପମାତ୍ରାକୁ କଣ୍ଟ୍ରୋଲ କରିବା ଲାଗି କଷ୍ଟ କରିବାକୁ ପଡିଥାଏ । ଯାହା କାରଣରୁ ଶରୀର ଡିହାଇଡ୍ରେସନର ଶିକାର ହୋଇଯାଏ । ଯେଉଁ କାରଣରୁ ଏହା ମୁଣ୍ଡ ଏବଂ ଶରୀରକୁ ଅଧିକ ପ୍ରଭାବିତ କରିଥାଏ ।

ଏହା ବ୍ୟତୀତ ସୂର୍ଯ୍ୟ କିରଣରେ ଲଗାତାର ରହିବା ଦ୍ୱାରା ଆମ ନୀଦର ପ୍ୟାଟର୍ଣ୍ଣ ମଧ୍ୟ ଅଧିକ ପ୍ରଭାବିତ ହୋଇଥାଏ । ଯେଉଁ କାରଣରୁ ଆମକୁ ଥକ୍କା ଲାଗିବା ସହ ଚିଡିଚିଡାପଣ ଅଧିକ ଅନୁଭବ ହୁଏ । ଶାରୀରିକ ସମସ୍ୟା ଏବଂ ନୀଦ କମ କାରଣରୁ ଲୋକଙ୍କୁ ଅନେକ ଟେନସନ ଏବଂ ମୁଡ ସ୍ୱିଙ୍ଗ ପରି ସମସ୍ୟା ଦେଖାଯାଇଥାଏ ।

ତେବେ ଏଥିରୁ ବର୍ତ୍ତିବା ଲାଗି ଶରୀରକୁ ଡିହାଇଡ୍ରେସନ ରଖିବା ନିହାତି ଆବଶ୍ୟକ । ଆମ ଶରୀରରେ ଯେପରି ପାଣି ଅଂଶ ନ କମିବା ଆବଶ୍ୟକ । ଏଥିପାଇଁ ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଯେଉଁ ସମୟରେ ଆପଣଙ୍କୁ ଚିଡିଚିଡି ଲାଗୁଛି କିମ୍ବା ଥକ୍କା ଲାଗୁଛି ସେହିସମୟରେ ପାଣି ପିଅନ୍ତୁ । ଏଥିସହ ଦିନ ସମୟରେ ଆପଣ ଅଧିକ ବାହାରକୁ ବାହାରନ୍ତୁ ନାହିଁ ।

Get real time updates directly on you device, subscribe now.