fbpx
BSKY SKY
BSKY SKY

ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଆଶ୍ୱସ୍ତି, ମନି ଲଣ୍ଡରିଂ ମାମଲାରେ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ

BSKY

ମୁମ୍ବାଇ: ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ମୁମ୍ବାଇ ଅଦାଲତରୁ ମିଳିଲା ଆଶ୍ୱସ୍ତି । ମନି ଲଣ୍ଡରିଂ ମାମଲାରେ ନରେଶଙ୍କୁ ୨ ମାସ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପ୍ରଦାନ କରିଛନ୍ତି ମୁମ୍ବାଇ ହାଇକୋର୍ଟ । ବର୍ତ୍ତମାନ ନରେଶ ଏବଂ ତାଙ୍କ ପତ୍ନୀ କ୍ୟାନସରରେ ପୀଡ଼ିତ ଏବଂ ରିଲାଏନ୍ସ ହସ୍ପିଟାଲରେ ଚିକିିତ୍ସିତ ହେଉଛନ୍ତି । ମେଡିକାଲ ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପ୍ରଦାନ କରିଛନ୍ତି । ଏହା ସହ ଜରିମାନା ବାବଦକୁ ୧ଲକ୍ଷ ଟଙ୍କା ଜମା କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତେବେ ମୁମ୍ବାଇ ବାହାରକୁ ଯିବା ପାଇଁ ତାଙ୍କୁ ଟ୍ରାଏଲ କୋର୍ଟର ଅନୁମତି ନେବାକୁ ପଡ଼ିବ ।

ସୂଚନାରୁ ପ୍ରକାଶ ଜେଟ୍ ଏୟରେୱେଜକୁ କାନାରା ବ୍ୟାଙ୍କ ପକ୍ଷରୁ ମିଳିଥିବା ୫୩୮.୬୨ କୋଟି ଟଙ୍କାର ଋଣକୁ ସେ ବିଭିନ୍ନ ସ୍ଥାନରେ ବ୍ୟବହାର କରିବା ନେଇ ନରେଶ ଗୋୟଲଙ୍କ ଉପରେ ଅଭିଯୋଗ ଥିଲା । ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ତାଙ୍କ ଉପରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏହା ପରେ ୨୦୨୩ ନଭେମ୍ବରରେ ନରେଶଙ୍କ ସହ ତାଙ୍କ ପତ୍ନୀ ଅନିତା ଗୋୟଲଙ୍କୁ ମଧ୍ୟ ଗିରିଫ କରିଥିଲା ଇଡି । ପୂର୍ବରୁ ଏକ ଶୁଣାଣିରେ ୭୫ ବର୍ଷୀୟ ନରେଶ ଅଦାଲତଙ୍କ ସାମ୍ନାରେ କହିଥିଲେ, ‘ସେ ଏବଂ ତାଙ୍କ ପତ୍ନୀ ଅନିତା କ୍ୟାନସରେ ପୀଡ଼ିତ । ତେଣୁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଉ ବୋଲି ଅଦାଲତ ନିକଟରେ ଆବେଦନ କରିଥିଲେ । ଫେବୃଆରୀ ୧୫ରେ ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲା । ଏହା ସହ ଉଭୟଙ୍କ କ୍ୟାନସର ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ଼ ଗଠନ କରିବା ପାଇଁ ଆଦେଶ ଦେଇଥିଲେ ।

Get real time updates directly on you device, subscribe now.