fbpx
BSKY
BJD MC SKY
BJD YOUTH SKY

ଫୋନ ଉଠାଇବା ମାତ୍ରେ ସାଇବର ଠକେଇର ଶିକାର ହେଉଛନ୍ତି ଲୋକେ, ବଞ୍ଚିବା ପାଇଁ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଦେଶରେ ତଥା ବିଦେଶରେ ସାଇବର ଠକେଇର ମାମଲା ବଢିବାରେ ଲାଗିଛି । ଏହି ଠକାମୀର ଉପାୟ ଦିନକୁ ଦିନ ପରିବର୍ତ୍ତନ ମଧ୍ୟ ହେଉଛି । ଏହି ଲୋକେ ସଚ୍ଚୋଟ ଏବଂ ନିରିହ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି । ତେବେ ବର୍ତ୍ତମାନ ଏଭଳି ଏକ ମାମଲା ଉତ୍ତର ପ୍ରଦେଶରେ ଦେଖାଦେଇଛି । ଯେଉଁଥିରେ ଜଣେ ବୃଦ୍ଧଙ୍କୁ ହତାଶ କରିବାକୁ ଚେଷ୍ଟା କରାଯାଇଛି । ହେଲେ ସେ ନିଜର ଚତୁରତା ପାଇଁ ଏହି ଠକେଇରୁ ବର୍ତ୍ତିଯାଇଛନ୍ତି ।

ରିପୋର୍ଟ ମୁତାବକ ଲକ୍ଷ୍ନୌରେ ରହୁଥିବା ଜେପି ମିଶ୍ରଙ୍କ ପାଖରେ କିଛି ଦିନ ପୂର୍ବରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଏକ ଫେକ କଲ କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ତାଙ୍କ ପୁଅଙ୍କୁ ସିବିଆଇ ଗିରଫ କରିଛି ଏବଂ ତାଙ୍କୁ ବଞ୍ଚାଇବା ପାଇଁ ଏଠାକୁ ଆସନ୍ତୁ । ଏହି କଥା ଶୁଣିବା ପରେ ସେ କହିଥିଲେ ଯେ, ପୁଅ ଭୁଲ କରିଛି ତାକୁ ଜେଲ ପଠାଇ ଦିଅନ୍ତୁ । କାରଣ ସେ ଜାଣିଥିଲେ ଯେ, ତାଙ୍କ ପୁଅ କେଉଁଠାରେ ଅଛନ୍ତି । ସେହି ଠକମାନଙ୍କୁ ଏହି ବୃଦ୍ଧ ଜଣକ ଉଚିତ ଉତ୍ତର ଦେଇ ତାଙ୍କ ମୁହଁ ବନ୍ଦ କରିଦେଇଥିଲେ ।

ଏପରି ମାମଲାରେ ଦେଶରେ କିଛି ଲୋକେ ଏହି ଜାଲରେ ଫସିଯାଇଥିବା ବେଳେ କେତେକ ଜେପି ମିଶ୍ରଙ୍କ ଭଳି ଚତୁରତା ପ୍ରଦର୍ଶନ କରି ବର୍ତ୍ତିଯାଇଛନ୍ତି । ତେବେ ଏଭଳି ଜାଲରେ ଫସିବା ନେଇ ବୃଦ୍ଧଙ୍କୁ ସତର୍କ କରାଯାଇଛି । ଯଦି ଏଭଳି ଫୋନ ଆସେ ତେବେ ତଦନ୍ତ କରନ୍ତୁ ସେ ଆପଣଙ୍କ ସନ୍ତାନ ନା ନାହିଁ । ଏହା ପରେ ଯେଉଁ ନମ୍ବରରୁ କଲ୍ ଆସିଛି ତାକୁ ତୁରନ୍ତ ଚେକ କରନ୍ତୁ । ଏହାପରେ ଏହି ନମ୍ବର ବିରୋଧରେ ମାମଲା ରୁଜୁ କରନ୍ତୁ । ଏହା ବ୍ୟତୀତ ନିଜର ବ୍ୟକ୍ତିଗତ ସୂଚନା କାହାରି ସହ ସେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.