fbpx

(Video) ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ପରେ ଜୀବନ ହାରିଲେ ଛାତ୍ର, ସି ଗ୍ରେଡରେ ପାସ୍ କରିଥିବାରୁ ଥିଲେ ଚିନ୍ତିତ

AAKASH

ଯାଜପୁର: ଆଜି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ ସହ ଦ୍ୱାଦଶ ପରୀକ୍ଷା ଫଳ । ଏହାରି ମଧ୍ୟରେ ଯାଜପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ର ଜଣଙ୍କ ଜୀବନ ହାରିଛନ୍ତି । ଯାଜପୁର ଜିଲ୍ଲା ବଡ଼ବିରୁଆ ଗାଁରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି । ମୃତକ ଛାତ୍ର ଜଣକ ବଡ଼ବିରୁଆ ଗାଁର ପ୍ରଜ୍ଞାନ କୁମାର ପଣ୍ଡା । ମାଟ୍ରିକରେ ସି ଗ୍ରେଡରେ ପାସ୍ କରିଥିବାରୁ ପ୍ରଜ୍ଞାନ ଚିନ୍ତିତ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ସେ ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଛନ୍ତି ।

Get real time updates directly on you device, subscribe now.