fbpx
BSKY SKY
BSKY SKY

ଖୁସି ଖବର : ଓଡ଼ିଶାରେ ଆଜି ୫୦୧୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

BSKY

ଭୁବନେଶ୍ୱର,୩୦।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫୦୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାର ୪୧୪ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୫୧୨, ନବରଙ୍ଗପୁରରୁ ୪୦୫, ନୂଆପଡ଼ାରୁ ୩୩୯, ବରଗଡ଼ରୁ ୩୨୨, କଟକରୁ ୨୯୩, ପୁରୀରୁ ୨୮୫, ଝାରସୁଗୁଡ଼ାରୁ ୨୪୩, ବଲାଙ୍ଗିରରୁ ୨୨୪, ସମ୍ବଲପୁରରୁ ୧୭୨, ଯାଜପୁରରୁ ୧୪୭ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.