fbpx

କରୋନା କାଳରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା-ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର):ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । କୋଭିଡ କାଳରେ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ଏଣିକି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନେ ଅତିରିକ୍ତ ୫ କେଜି ଚାଉଳ ପାଇବେ । ମେ’ ଓ ଜୁନ୍ ଦୁଇ ମାସ ପାଇଁ ସେମାନଙ୍କୁ ଅତିରିକ୍ତ ୫ କେଜି ଚାଉଳ ଯୋଗାଇ ଦିଆଯିବ । ହିତାଧିକାରୀଙ୍କୁ ଚାଉଳ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ୧୨ ଲକ୍ଷ ହିତାଧିକାରୀ ଏଥିରୁ ଉପକୃତ ହେବେ । ଏବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଅନ୍ୟପଟେ କୋଭିଡ ମୁକାବିଲା ପାଇଁ ବିଏମସିକୁ ୧୦ କୋଟିର ସହାୟତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ଏହି ସହାୟତା ରାଶି ଦିଆଯାଇଛି । ବିଏମସିକୁ ୧୦ କୋଟିର ଅନୁଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.