fbpx
BSKY SKY
BSKY SKY

‘ଚନ୍ଦୁ ଚମ୍ପିଆନ୍’ ଟ୍ରେଲରକୁ ନେଇ ଅପଡେଟ୍ ଦେଲେ କାର୍ତ୍ତିକ, ଇନଷ୍ଟାଗ୍ରାମରେ ଶେୟାର କଲେ ଡବିଂର ଝଲକ

BSKY

ମୁମ୍ବାଇ: ବଲିଉଡ଼ର ଯୁବ ଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସେ ତାଙ୍କ ଷ୍ଟାଇଲ୍ ଏବଂ ଅଭିନୟ ପାଇଁ ସବୁବେଳେ ଲାଇମ୍ ଲାଇଟରେ ରହି ଆସିଛନ୍ତି । ଫିଲ୍ମରେ ତାଙ୍କର ନିଆରା ଅନ୍ଦାଜ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ବର୍ତ୍ତମାନ କାର୍ତ୍ତିକଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚନ୍ଦୁ ଚମ୍ପିଆନ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅପରପକ୍ଷରେ କାର୍ତ୍ତିକଙ୍କ ପ୍ରଶଂସକମାନେ ଏହି ଫିଲ୍ମରେ କାର୍ତ୍ତିକଙ୍କ ନୂଆ ଅବତାରକୁ ନେଇ ବେଶ ଉତ୍ସାହିତ ଆଛନ୍ତି ।

ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ କବୀର ଖାନଙ୍କ ନିର୍ଦ୍ଦେଶିତ ‘ଚନ୍ଦୁ ଚମ୍ପିଆନ୍’ ଫିଲ୍ମର ଶୁଟିଂ ଭାରତ ଏବଂ ୟୁକେରେ ହୋଇଛି । ବର୍ତ୍ତମାନ କାର୍ତ୍ତିକ ଫିଲ୍ମରେ ଡବିଂ ପାଇଁ ବ୍ୟସ୍ତ ଅଛନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲରକୁ ନେଇ ଲେଟେଷ୍ଟ ଅପଡେଟ୍ ଶେୟାର କରିଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି, ‘କେବଳ ଆଉ ଟିକେ ଅପେକ୍ଷା…ଚନ୍ଦୁ ଆସୁଛି ।’ ଏଥିରେ ପୋଷ୍ଟରେ କାର୍ତ୍ତିକ ଡବିଂ କରୁଥିବାର ନଜର ଆସିଛନ୍ତି । କହିରଖୁଛୁ ଏହି ଫିଲ୍ମ ପାଇଁ କାର୍ତ୍ତିକ ୨୦ କିଲୋ ଓଜନ ହ୍ରାସ କରିବା ସହ ଡାଏଟ୍ ଚାର୍ଟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ନିଜକୁ ଚରିତ୍ରକୁ ସମ୍ପୂର୍ଣ୍ଣ ଭାବେ ତୁଲାଇବା ପାଇଁ ଫିଟ୍ନେସ ଗାଇଡଲାଇନର ପାଳନ କରିଛନ୍ତି । ସେ ୧୪ ମାସ ପର୍ଯ୍ୟନ୍ତ ବକ୍ସିଂ ଟ୍ରେନିଂ ମଧ୍ୟ ନେଇଥିଲେ । ତେବେ ଚଳିତ ବର୍ଷ ଜୁନ୍ ୧୪ରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହେବ ।

 

 

View this post on Instagram

 

A post shared by KARTIK AARYAN (@kartikaaryan)

Get real time updates directly on you device, subscribe now.