fbpx
BSKY SKY
BSKY SKY

UGC ପକ୍ଷରୁ ଚିଠି: ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ‘ଜେଣ୍ଡର ଚାମ୍ପିୟନ’

BSKY

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ବିଭିନ୍ନ ପ୍ରୟାସ କରାଯିବା ସହିତ କ୍ରମାଗତ ଭାବେ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏହା ମଧ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଗାଇଡଲାଇନ୍ ମଧ୍ୟ କାର୍ଯ୍ୟକାରୀ କରାଯିବ । ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଜେଣ୍ଡର ଚାମ୍ପିୟନ’ କାର୍ଯ୍ୟକାରୀ ହେବ । ଏନେଇ ୟୁଜିସି ତରଫରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ଚିଠି ପଠାଯାଇଛି ।

ଗତବର୍ଷ ୟୁଜିସି ତରଫରୁ ଜେଣ୍ଡର ଚାମ୍ପିୟନକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଥିଲା । ମାତ୍ର ଚଳିତ ବର୍ଷ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଏ ବାବଦରେ ଗାଇଡଲାଇନ୍ ରହିଥିବା ବେଳେ ୱେବସାଇଟରେ ସମସ୍ତ ସୂଚନା ଜାରି କରାଯାଇଛି । ଆଣ୍ଟି ରାଗିଂ କମିଟିକୁ ତ୍ୱରାନ୍ୱିତ କରିବା ଓ ଜିରୋ ରାଗିଂ କ୍ୟାମ୍ପସ କରିବା ଉପରେ ମଧ୍ୟ ଦିଆଯାଉଛି । ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରୀମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ପଞ୍ଜିକୃତ ହୋଇଥିବା ପୁରୁଷ, ମହିଳା ଓ ତୃତୀୟ ଲିଙ୍ଗୀ ବର୍ଗର ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ ଜେଣ୍ଡର ଚାମ୍ପିୟନ୍ସ କାର୍ଯ୍ୟକାରୀ ହେବ । ଭାରତୀୟ ସମ୍ବିଧାନର ଧାରା ୧୫ ଅନୁସାରେ ଲିଙ୍ଗଗତ ସମାନତାକୁ ନିଶ୍ଚିତ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେବା ସହ ସେମାନେ ଶିକ୍ଷା କ୍ଷେତ୍ରରେ ବହୁ ଆଗକୁ ଯାଇପାରିବେ ।

Get real time updates directly on you device, subscribe now.