fbpx
BSKY SKY
BSKY SKY

ତାତିରେ ହନ୍ତସନ୍ତ ଲୋକେ : ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ ଛୁଇଁଲା ପାରଦ, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

BSKY

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିଛି। ଉପକୂଳ ଜିଲ୍ଲାଗୁଡ଼ିକରେ ଯଦିଓ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହେଉଛନ୍ତି। ଆଜି ଦିନ ୨ଟା ୩୦ରେ ତାପମାତ୍ରା ଝାରସୁଗୁଡାରେ ପାରା ୪୪ ଡିଗ୍ରି ରେକର୍ଡ କରାଯାଇଛି। କେନ୍ଦୁଝରରେ ୪୩, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୨, ହୀରାକୁଦରେ ୪୧.୮, ଚାନ୍ଦବାଲିରେ ୪୦.୨, ଭୁବନେଶ୍ବରରେ ୩୯.୯ ଓ ବାଲେଶ୍ବରରେ ୩୯.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଗାମୀ ମେ’୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ତିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ପରିସ୍ଥିତିକୁ ନଜର ରେ ରଖି ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Get real time updates directly on you device, subscribe now.