fbpx
BSKY SKY
BSKY SKY

ଆମେଥିରୁ ମିଳିନା ନାହିଁ ଟିକେଟ୍, ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କଲେ ରବର୍ଟ ଭଦ୍ରା

BSKY

ନଆଦିଲ୍ଲୀ: ନିର୍ବାଚନକୁ ନେଇ ଆମେଥିର ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଆମେଥିରୁ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ କଂଗ୍ରେସ ଟିକେଟ ଦେବା ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିଲା । କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ରାଏବରେଲି ଆସନରୁ ରାହୁଲ ଗାନ୍ଧୀ ଏବଂ ଆମେଥି ଆସନରୁ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ ପ୍ରଦାନ କରିଛି । ଏଥିମଧ୍ୟରେ ରବର୍ଟ ଭଦ୍ରା ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରିଛନ୍ତି ।

ଏହି ପୋଷ୍ଟ ଶେୟାର କରି ରବର୍ଟ ଲେଖିଛନ୍ତି, ‘ରାଜନୀତିରେ କୌଣସି ଶକ୍ତି, ପଦ ଆମ ପରିବାର ମଧ୍ୟରେ ଆସିପାରିବ ନାହିଁ । ଆମେ ସମସ୍ତେ ଏହି ମହାନ ରାଷ୍ଟ୍ରର ଜନତା ଏବଂ ଦେଶର ଉନ୍ନତି ଦିଗରେ କାର୍ଯ୍ୟ କରି ଚାଲୁଥିବୁ । ସମସ୍ତଙ୍କ ସମର୍ଥନ ଏବଂ ଶୁଭକାମନା ପାଇଁ ଧନ୍ୟବାଦ । ମୋ କ୍ଷମତା ଅନୁଯାୟୀ ଲୋକ ସେବାରେ ସବୁବେଳେ ନିୟୋଜିତ ରହିବି ।’ କହିରଖୁଛୁ ସବୁବେଳେ ସକ୍ରିୟ ରାଜନୀତିରେ ଯୋଗ ଦେବା ପାଇଁ ରବର୍ଟଙ୍କ ଇଚ୍ଛା ଥିଲା । କିନ୍ତୁ କଂଗ୍ରେସର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଅପରପକ୍ଷରେ ରାଏବରେଲି ଆସନରୁ ଟିକେଟ ଚୁଡ଼ାନ୍ତ ହେବା ପରେ ବିରୋଧୀ ଦଳ କଟାକ୍ଷ କରି କହିଛନ୍ତି ଯେ ଭଦ୍ରା ପରିବାରକୁ ଏକଘରିକିଆ କରିଦିଆଯାଇଛି ।

Get real time updates directly on you device, subscribe now.