fbpx
BSKY SKY
BSKY SKY

ମହିଳା ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଶିଡ୍ୟୁଲ ଘୋଷଣା କଲା ICC

BSKY

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଶିଡ୍ୟୁଲ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ବାଂଲାଦେଶ ଦ୍ୱାରା ଆୟୋଜିତ ହେଉଥିବା ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏଥର ମୋଟ ୧୦ଟି ଟିମ୍ ଅଂଶଗ୍ରହଣ କରିବେ । ୧୯ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ବିଶ୍ୱକପରେ ମୋଟ ୨୩ଟି ମ୍ୟାଚ ଖେଳାଯିବ । ସମସ୍ତ ଟିମଙ୍କୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପରେ ୪ଟି ଲେଖାଏଁ ଟିମ୍ ରହିବେ । ପ୍ରତି ଗ୍ରୁପର ଟି-୨ ଟିମ୍ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହାପରେ ୪ଟି ଟିମ୍ ମଧ୍ୟରେ ପ୍ଲେ-ଅଫ୍ ଖେଲାଯିବ ।

ଅକ୍ଟୋବର ୩ ତାରିଖରେ ମହିଳା ଟି-୨୦ ବିଶ୍ୱକପ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଢାକା ଓ ସିଲହଟରେ ଖେଳାଯିବ । ଅକ୍ଟୋବର ୧୭ ଓ ୧୮ରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ କ୍ୱାଲିଫାୟର-୧ ଗ୍ରୁପ-ଏରେ ରହିଥିବାରୁ ଅକ୍ଟୋବର ୬ରେ ଭାରତ ଓ ପାକିସ୍ତାନ ମୁକାବିଲା ହେବ । ସେହିପରି ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ କ୍ୱାଲିଫାୟର-୨ ରହିଛନ୍ତି ।

Get real time updates directly on you device, subscribe now.