fbpx
BSKY SKY
BSKY SKY

ୟୁରିକ ଏସିଡକୁ କଣ୍ଟ୍ରୋଲ କରିବ ଏହି ୫ଟି ଦେଶୀ ଜିନିଷ, ଖର୍ଚ୍ଚ ହେବ ମାତ୍ର ୧୦ ଟଙ୍କା

BSKY

ଓଡ଼ିଶା ଭାସ୍କର: ଶରୀରରେ ଯଦି ୟୁରିକ ଏସିଡ ବଢିଯାଏ ତେବେ ୟୁମ୍ୟୁନିଟି ସିଷ୍ଟମ ସଠିକ ଭାବେ କାମ କରିନଥାଏ । ଏହି କାରଣରୁ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୋଇଯାଏ । ୟୁରିକ ଏସିଡ କ୍ରିଷ୍ଟଲ୍ସରେ ପରିବର୍ତ୍ତନ ଆଙ୍ଗୁଠି ଗୁଡ଼ିକର ଜଏଣ୍ଟ ଅଟକି ଯାଏ, ଯେଉଁଥିରେ ଅନେକ କଷ୍ଟ ହୋଇପାରେ । ଏହା ବ୍ୟତୀତ ଅନ୍ୟ ସମସ୍ୟାମାନ ମଧ୍ୟ ହୋଇପାରେ । ଏଥିରେ ୟୁରିକ ଏସିଡକୁ ଶରୀରରୁ ବାହାରକୁ ବାହାର କରିବାରେ କିଛି ଘରୋଇ ଉପାୟ ସହାୟତା ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ..

୧)ଅଁଳାରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ବହୁ ପରିମାଣରେ ଭରି ରହିଛି, ଯାହା ଶରୀରରେ ହାଡ ଫୁଲିବାକୁ ରୋକିଥାଏ । ଅକ୍ସିଡେଟିଭ ଷ୍ଟ୍ରେସକୁ ମଧ୍ୟ କମ କରିଥାଏ । ଏଥିରେ ୟୁରିକ ଏସିଡର ଲେବଲ କମ ହୋଇଥାଏ, ସେଥିପାଇଁ ଅଁଳାର ବ୍ୟବହାର ଲାଭଦାୟକ ହୋଇଥାଏ ।
୨)ଶୁଖିଲା ଧନିଆ ୟୁରିକ ଏସିଡର କ୍ରିଷ୍ଟାଲ୍ସକୁ ନଷ୍ଟ କରି ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଧନିଆରେ ଏପରି ଗୁଣ ରହିଛି ଯାହା ୟୁରିକ ଏସିଡକୁ ବାହର କରିଦେଇଥାଏ । ତେବେ ଶରୀରରେ ୟୁରିକ ଏସିଡର ମାତ୍ରା ବଢିଯାଏ ତାଙ୍କୁ ଧନିଆ ଚାହା ପିଇବା ଆବଶ୍ୟକ ।
୩)ୟୁରିକ ଏସିଡକୁ ବାହାର କରିବା ଲାଗି ନିମ୍ବ ମଧ୍ୟ ସାହାଯ୍ୟକାରୀ ହୋଇଥାଏ । ନିମ୍ବରେ ଆଣ୍ଟି-ଇମ୍ଲେମେଟରୀ ଗୁଣ ମିଳିଥାଏ । ଯାହା ଗଣ୍ଠି ଫୁଲା କମ କରି ୟୁରିକ ଏସିଡର ସମସ୍ୟାକୁ ଶେଖ କରିଥାଏ । ନିମ୍ବ ବଡି ଡିଟକ୍ସିଫିକେସନର ମଧ୍ୟ କାମ ଭଲଭାବେ କରିଥାଏ ।
୪)ଆଣ୍ଟି-ଇମ୍ଲେମେଟରୀ ଗୁଣ ଯୁକ୍ତ Tinospora Cordifolia ୟୁରିକ ଏସିଡ ପରିମାଣକୁ ବଢାଇଥାଏ ଏବଂ ଗଣ୍ଠି ଫୁଲାକୁ କମ କରିଥାଏ । ଏହା କିଡନୀକୁ ମଧ୍ୟ ସଠିକ ଭାବେ ପରିଚାଳିତ କରିବାକୁ ସାହାଯ୍ୟ କରିଥାଏ ।
୫)ହରିଡାରେ ଡିଟକ୍ସିଫାଇଙ୍ଗ ତତ୍ତ୍ୱ ମିଳିଥାଏ, ଯାହା ଶରୀରେ ଅଟକିଥିବା ଟକ୍ସିଂସ ଏବଂ ୟୁରିକ ଏସିଡକୁ ବାହାରକୁ ବାହାର କରିଥାଏ । ହରିଡାକୁ ସେବନ କରିବା ଦ୍ୱାରା ଡାଇଜେସନ ପ୍ରକ୍ରିୟା ଭଲ ହୋଇଥାଏ । ଏଥିରେ ୟୁରିକ ଏସିଡ ସହଜରେ ଶେଷ ହୋଇଯାଏ ।

Get real time updates directly on you device, subscribe now.