fbpx

ଭୁବନେଶ୍ୱରରେ ଅସମ୍ଭାଳ ସ୍ଥିତି ! ଦିନକରେ ପୁଣି ହଜାରେ ଟପିଲା ସଂକ୍ରମଣ,ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାନଗରରେ ଆଜି ଦିନକରେ ସଂକ୍ରମଣ ସଂଖ୍ୟା ପୁଣି ହଜାରେ ଟପିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୧୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୪୪୨ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ।

ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୪୧୫ ରେ ପହଞ୍ଚିଥିବା ବେଳେ ୩୬ ହଜାର ୫୪୫ ଜଣ ସୁସ୍ଥ ହୋଇଛନ୍ତି । ୭ ହଜାର ୫୮୮ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଏହା ସହ ଭୁବନେଶ୍ୱରେ ୨୬୧ ଜଣଙ୍କ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.