fbpx

ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ?

ନୂଆଦିଲ୍ଲୀ,୩୦ ।୪: କରୋନା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଦିନରେ ଲକଡାଉନ୍ ଲାଗୁ ହେଉଛି । କିନ୍ତୁ ଆବଶ୍ୟକୀୟ ସେବା ଯୋଗୁଁ ବ୍ୟାଙ୍କଗୁଡ଼ିକ ଖୋଲା ରହିଛନ୍ତି । ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ଅଛି, ତେବେ ଶୀଘ୍ର ସାରିଦିଅନ୍ତୁ । କାରଣ ମେ’ ମାସରେ ୧୨ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଛୁଟି ଅନୁଯାୟୀ ସାପ୍ତାହିକ ଛୁଟି, ନେସନାଲ ହଲିଡେ’ ସମେତ ମେ ମାସରେ ବ୍ୟାଙ୍କଗୁଡିକ ୧୨ ଦିନ ବନ୍ଦ ରହିବ । ତେବେ ଆସନ୍ତୁ ଦେଖିବା ଲିଷ୍ଟ…

ମେ ୧-  ଶ୍ରମିକ ଦିବସ
ମେ ୨-  ରବିବାର
ମେ ୭ –  ଜମାତ ଉଲ ବିଦା ଅବସରରେ ଜମ୍ମୁକଶ୍ମୀରର ସବୁ ବ୍ୟାଙ୍କ ବନ୍ଦ
ମେ ୮ –  ଦ୍ବିତୀୟ ଶନିବାର
ମେ ୯ –  ରବିବାର
ମେ ୧୩ – ରମଜାନ ଇଦ
ମେ ୧୪ –  ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ
ମେ ୧୬ – ରବିବାର
ମେ ୨୨ – ଶେଷ ଶନିବାର
ମେ ୨୩ – ରବିବାର
ମେ ୨୬ – ବୁଦ୍ଧ ପୂର୍ଣ୍ଣିମା
ମେ ୩୦ – ରବିବାର

Get real time updates directly on you device, subscribe now.