fbpx

ଦେଶର ୫୦୮ଟି ରେଳ ଷ୍ଟେସନରେ ହେବ ଉନ୍ନତିକରଣ : ପ୍ରଧାନମନ୍ତ୍ରୀ କରିବେ ଏହାର ଶିଳାନ୍ୟାସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୬ ତାରିଖ ସକାଳ ୧୧ଟା ସମୟରେ ଏକ ଭିଡିଓ କନଫରେନ୍ସିଂ ଦ୍ୱାରା ରେଳଷ୍ଟସନ ଉନ୍ନତିକରଣର ଶୀଳାନ୍ୟାସ କରିବେ । ଦେଶରେ ୫୦୮ଟି ରେଳଷ୍ଟେସନର ଉନ୍ନତିକରଣ କରାଯିବ । ଅମୃତ ଭାରତ ଷ୍ଟେସନ ଯୋଜନା ଅନୁଯାୟୀ ଷ୍ଟେସନ ଗୁଡିକର ଉନ୍ନତିକରଣ ପୁର୍ନବିକାଶ କାମ ଆରମ୍ଭ କରାଯିବ । ଯୋଜନା ଅନୁଯାୟୀ, ଏଥିରେ ସମୁଦାୟ ୨୪,୪୭୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ ।

 ସୂଚନା ଅନୁସାରେ, ଏହି ୫୦୮ଟି ରେଳଷ୍ଟେସନ ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି । ଯେଉଁଥିରେ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ୫୫-୫୫, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍‌ଚିମବଙ୍ଗରେ ୩୭, ମଧ୍ୟ ପ୍ରଦେଶରେ ୩୪, ଆସାମରେ ୩୨, ଓଡ଼ିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧-୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ରା ପ୍ରଦେଶରେ ଏବଂ ତାମିଲନାଡୁରେ ୧୮-୧୮, ହରିୟାଣାରେ ୧୫ ଓ କର୍ଣ୍ଣାଟକରେ ୧୩ ଷ୍ଟେସନ ରହିଛି ।

ଏହି ରେଳ ଷ୍ଟେସନ ଆଧୁନିକ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯିବ । ଉତ୍ତମ ଯାତାୟତର ସୁବିଧା ପ୍ରଦାନ କରାଯିବ । ଷ୍ଟେସନର ଡିଜାଇନ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ବସ୍ତୁକଳାକୁ ପ୍ରେରିତ କରିବ । ରେଳ ଷ୍ଟେସନ ଉକ୍ତ ସହର କିମ୍ବା ସ୍ଥାନର ସୁନ୍ଦରତାକୁ ପ୍ରଦର୍ଶିତ କରିବ ।

Get real time updates directly on you device, subscribe now.