fbpx
BJD SKY
BJD SKY

‘ଭାରତ ଯାହା କରିଛି, ଏହାର ପରିଣାମ ଭୋଗିବାକୁ ପଡ଼ିବ…’ BYD କମ୍ପାନୀର ନିଷେଧକୁ ଗ୍ରହଣ କରିପାରୁନି ଚୀନ

BJD

ନୂଆଦିଲ୍ଲୀ: ଭାରତକୁ ପାନେ ଦେବା ପାଇଁ ଚକ୍ରାନ୍ତ ଆରମ୍ଭ କରୁଛି ଚୀନ । ଭାରତୀୟ ଅର୍ଥବ୍ୟବସ୍ଥାକୁ ଧ୍ୱସ୍ତ କରିବା ପାଇଁ ରଚୁଛି ଷଡ଼ଯନ୍ତ୍ର । ଭାରତ ନେଇଥିବା ଏକ ବିରାଟ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନି ଡ୍ରାଗନ୍ । ତେଣୁ ଭାରତକୁ କାଉଣ୍ଟର ଆଟାକ କରିବା ପାଇଁ ଚେତାବନୀ ଦେଇଛି । କେବଳ ସେତିକି ନୁହେଁ, ଚୀନର ମିଡିଆ(ଖବରକାଗଜ) ମଧ୍ୟ ଭାରତ ବିପକ୍ଷରେ ସ୍ୱର ଉଠାଇଥିବା ଦେଖିବାକୁ ମିଳିଛି । ଭାରତର ଏହି ନିଷ୍ପତ୍ତିକୁ ଏକ ଭୁଲ ନିଷ୍ପତ୍ତି ବୋଲି ଦାବି କରିଛି ଚୀନର ଗଣମାଧ୍ୟମ ସଂସ୍ଥା ।

ସୂଚନା ଅନୁସାରେ, ଭାରତ କିଛି ଦିନ ତଳେ ଚୀନର ଇଲେକ୍ଟ୍ରିକ କାର୍ କମ୍ପାନୀ ‘ବିୱାଇଡି’ ଉପରେ ନିଷେଧାଦେଶ ଜାରି କରିଛି । ତେବେ ଭାରତର ଏହି ନିଷ୍ପତ୍ତି ଚୀନକୁ ଏକ ଶକ୍ତ ଝଟକା ଦେଇଛି, ଯାହାକୁ ଭୁଲି ପାରୁନି ଡ୍ରାଗନ୍ । ଏହା ଭିତରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଭାରତ ବିପକ୍ଷରେ ଏକ ଆର୍ଟିକିଲ ସ୍ଥାନ ପାଇଛି । ଏଥିରେ ଭାରତକୁ ଚେତାବନୀ ଦିଆଯାଇଛି । ଆର୍ଟିକିଲରେ କୁହାଯାଇଛି ଯେ, ଭାରତ ଯାହା କରିଛି, ତାହାର ପରିଣାମ ତାକୁ ଭୋଗିବାକୁ ପଡ଼ିବ । ତେବେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏହାର ସବୁଠୁ ଅଧିକ ପ୍ରଭାବ ପଡ଼ିବ ବୋଲି ଖବର କାଗଜରେ ଦର୍ଶାଯାଇଛି । ଏହାବ୍ୟତୀତ ଏଥିରେ କୁହାଯାଇଛି ଯେ, ବିୱାଇଡି କମ୍ପାନୀ ଭାରତୀୟ ଟାକ୍ସ ଯାଞ୍ଚର ସମ୍ମୁଖୀନ ହୋଇଥିବା ନେଇ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଖବରକାଗଜ ଅନୁଯାୟୀ, ନିକଟରେ ଅନେକ ଚୀନ୍ କମ୍ପାନୀ ଉପରେ ଭାରତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଏସବୁକୁ ଦୃଷ୍ଟିରେ ରଖି ଅତ୍ୟଧିକ ଟିକସ ଲାଗୁ କରିବା ଅତ୍ୟନ୍ତ ଭଲ କଥା ଉଚିତ ନୁହେଁ ବୋଲି କହିଛି ଡ୍ରାଗନ୍ । ଏହାର ଶେଷ ଶୀକାର ଭାରତୀୟ ଅର୍ଥବ୍ୟବସ୍ଥା ହେବ ବୋଲି କହିଛି ଚୀନର ଗଣମାଧ୍ୟମ ।

ତେବେ ଏଭଳି ପରିସ୍ଥିତି ପାଇଁ ଭାରତୀୟ ଟାକ୍ସ ସିଷ୍ଟମକୁ ଦୋଷୀ ବୋଲି ଦର୍ଶାଇଛି । ଚୀନ କମ୍ପାନୀଗୁଡ଼ିକ ବିଦେଶରେ ଅପରେସନ ପାଇଁ ଅନୁମତି ଦେବା ସହ ସେଠାକାର ନିୟମ କାନୁନ ମାନିବା ପାଇଁ ନିର୍ଦ୍ଦେଶ ଦେଇଥାଏ । କିନ୍ତୁ ଗତ କିଛି ବର୍ଷରେ ଅନେକ ଚୀନ କମ୍ପାନୀ ବିରୋଧରେ ଟାକ୍ସ ଚୋରି ଅଭିଯୋଗ ଆସିବା ସହ ଯାଞ୍ଚ କରାଯାଉଛି । ଭାରତର ଟିକସ ବ୍ୟବସ୍ଥା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ଏହାର ନିୟମ ଏହାଠାରୁ ଅଧିକ ଜଟିଳ । ତେଣୁ ଚୀନ ଏହି ଘଟଣାକୁ ୍େନ୍ଦ୍ର କରି ଭାରତ ବିପକ୍ଷରେ କେଉଁ ପଦକ୍ଷେପ ନେବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।

Get real time updates directly on you device, subscribe now.