ଓଡ଼ିଶା ଭାସ୍କର: କ୍ରିକେଟ ଦୁନିଆର ବେତାଜ୍ ବାଦଶାହ, ଯିଏ ପାଲଟି ଯାଇଛନ୍ତି କ୍ରିକେଟର ଭଗବାନ । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଆଜି ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି । କ୍ରିକେଟ ଦୁନିଆରେ ୨ ବର୍ଷ ପର୍ଯ୍ୟନ୍ତ ରାଜ୍ କରିଥିବା ଏହି କ୍ରିକେଟର କେବଳ ଭାରତ ନୁହେଁ, ସବୁ ଦେଶରେ ପାଇଛନ୍ତି ସ୍ୱତନ୍ତ୍ର ସ୍ଥାନ । ଏପ୍ରିଲ ୨୪ , ୧୯୭୩ ଆଜିଠୁ ୫୧ ବର୍ଷ ତଳେ ଆଜିର ଦିନରେ ଜନ୍ମ ନେଇଥିଲେ କ୍ରିକେଟର ଭଗବାନ । ମାତ୍ର ୧୬ ବର୍ଷ ବୟସରେ କ୍ରିକେଟ ଦୁନିଆରେ ପାଦ ଦେଇ କୌଣସି ମ୍ୟାଚ ଖେଳିବା ପୂର୍ବରୁ ହିଁ ସେ ଇତିହାସ ଲେଖିବା ଆରମ୍ଭ କରିଥିଲେ । ବାସ୍ ତା’ ପରେ ତାଙ୍କ ରେକର୍ଡରେ ସୃଷ୍ଟି ହୋଇଛି କ୍ରିକେଟର ଇତିହାସ ବହି । ଅନେକ ରେକର୍ଡ, ଅନେକ ଇତିହାସ ସେ ନିଜ ନାମରେ କରି ଆଜି କ୍ରିକେଟର ଭଗବାନ୍ ପାଲଟି ଯାଇଛନ୍ତି । ସମସ୍ତଙ୍କ ହୃଦୟରେ ପାଇଛନ୍ତି ଭଗବାନଙ୍କ ଦରଜା । ଯେଉଁ ଦେଶ-କୌଣସି ଷ୍ଟାଡିୟମ ହେଉ, ସବୁଠି ତାଙ୍କୁ ମିଳିଛି ଅସରନ୍ତି ଭଲପାଇବା । ଏମିତିକି ପାକିସ୍ତାନ ଭଳି ରାଷ୍ଟ୍ରରେ ମଧ୍ୟ ସଚିନଙ୍କ ଅନେକ ପ୍ରଶଂସକ ରହିଛନ୍ତି । ଆଜି ତାଙ୍କର ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡ଼ିତ କିଛି ସ୍ପେଶାଲ ଘଟଣା…
6⃣6⃣4⃣ intl. matches 👍
3⃣4⃣,3⃣5⃣7⃣ intl. runs 🙌
2⃣0⃣1⃣ intl. wickets 👌
2⃣0⃣1⃣1⃣ World Cup-winner 🏆The only cricketer to score 💯 intl. hundreds 🫡
Here's wishing the legendary @sachin_rt a very Happy Birthday! 🎂👏#TeamIndia pic.twitter.com/2k0Yl9R25S
— BCCI (@BCCI) April 24, 2024
- ୧୬ ବର୍ଷରେ ଡେବ୍ୟୁ: ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ କ୍ରିକେଟ ଦୁନିଆରେ ପାଦ ରଖିଥିଲେ ସଚିନ୍ ତେନ୍ଦୁଲକର । ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରି ସେ ସର୍ବକନିଷ୍ଠ ଖେଳାଳି ଭାବରେ ରେକର୍ଡ କରିଥିଲେ ।
- ସଚିନଙ୍କ ଲଭ୍ ଷ୍ଟୋରୀ: ୧୯୯୦ ମସିହାରେ ସଚିନ ଏବଂ ଧର୍ମପତ୍ନୀ ଅଞ୍ଜଳି ପରସ୍ପରକୁ ମୁମ୍ବାଇର ବିମାନବନ୍ଦରରେ ପ୍ରଥମ ଥର ଦେଖା ହୋଇଥିଲେ । ଉଭୟ ପରସ୍ପରକୁ ପ୍ରଥମ ଦେଖାରୁ ଭଲ ପାଇ ବସିଥିଲେ ଏବଂ ପରେ ୧୯୯୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସଚିନ୍ ଏବଂ ଅଞ୍ଜଳି
- ସାହାରା କପ୍ ଜିତିବାରୁ ଝିଅ ନା ସାରା: ଏ କଥା ହୁଏତ ବହୁତ କମ୍ ଲୋକ ଜାଣିଥିବେ, ସଚିନଙ୍କ ଝିଅ ନାଁ ସାରା କାହିଁକି ରଖାଯାଇଛି । ୧୯୯୭ ମସିହାରେ ସଚିନ ଅଧିନାୟକ ଭାବରେ ଭାରତକୁ ସାହାରା କପ୍ ବିଜୟୀ କରାଇଥିଲେ । ଏହି ବର୍ଷରେ ତାଙ୍କର ଏଜ କନ୍ୟା ସନ୍ତାନ ଜାତ ହେବାରୁ ସଚିନ ତାଙ୍କ ନାମ ସାରା ରଖିଥିଲେ ।
- ବୋଲିଂରେ ବି ଦମଦାର ରେକର୍ଡ: ବିଶ୍ୱ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନଙ୍କ ନାମ ରହିଛି ସତ, କିନ୍ତୁ ବୋଲିଂରେ ବି ସେ ବିରାଟ କୀର୍ତ୍ତିୀମାନ ନିଜ ନାଁରେ ରକିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୨୦୧ ୱିକେଟ ତାଙ୍କ ନାମରେ ରହିଛି ।
- ୧୯୮୭ ମସିହାରେ ଥିଲେ ବଲ୍ ବୟ: ୧୯୮୭ ମସିହାରେ ପ୍ରଥମ ଥର ପାଇଁ ଭାରତରେ ବିଶ୍ୱକପ ଆୟୋଜନ ହୋଇଥିଲା । ଏହି ସମୟରେ ସଚିନ ୧୪ ବର୍ଷର ଥିବା ବେଳେ ଜଣେ ବଲ ବୟ ଭାବରେ କାର୍ଯ୍ୟ କରୁଥିଲେ ।
Happy सचिन रमेश तेंडुलकर day! 💙
Paltan, join us in wishing the Master Blaster as he turns 51 🎉#MumbaiMeriJaan #MumbaiIndians | @sachin_rt pic.twitter.com/SevRUUm5G4
— Mumbai Indians (@mipaltan) April 23, 2024
- ୩ଟି ବଡ଼ ପୁରସ୍କାରର ଅଧିକାରୀ: କ୍ରିକେଟରେ ଅତୁଳନୀୟ ଯୋଗଦାନ ପାଇଁ ସେ ସାରା ବିଶ୍ୱରେ ପରିଚିତ । ତେଣୁ ତାଙ୍କୁ ଭାରତ ସରକାରଙ୍କ ତରଫରୁ ୧୯୯୭ ମସିହାରେ ରାଜୀବ ଗାନ୍ଧୀ ଖେଳ ପୁରସ୍କାର, ୨୦୦୮ରେ ପଦ୍ମ ବିଭୂଷଣ ଏବଂ ୨୦୧୪ ମସିହାରେ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।
- ବଡ଼ା ପାଓ ପ୍ରତି ଦୁର୍ବଳତା: ନିଜ ଫିଟନେସ ପ୍ରତି ସର୍ବଦା ଯତ୍ନବାନ୍ ଥିବା ସଚିନଙ୍କର ବଡ଼ା ପାଓ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ପିଲାଦିନୁ ଏହାଖାଇବାକୁ ବେଶ୍ ପସନ୍ଦ କରନ୍ତି ସଚିନ୍ ।
- ପ୍ରଥମ ପ୍ରେମ ମାରୁତି ୮୦୦: ଆଜି ଅନେକ ଗାଡ଼ିର ମାଲିକ ସଚିନ୍ ତେନ୍ଦୁଲକର । କିନ୍ତୁ ସେ ପ୍ରଥମ ଥର ପାଇଁ ଏକ ମାରୁତି ୮୦୦ କିଣିଥିଲେ । ଲାଲ ରଙ୍ଗର ଏହି କାରକୁ ସଚିନ ବେଶ୍ ଭଲ ପାଉଥିଲେ ।
- ସଚିନଙ୍କ ବିଶ୍ୱରେକର୍ଡ: କ୍ରିକେଟରେ ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବା କୌଣସି ବ୍ୟାଟର ପକ୍ଷେ ହୁଏତ ସମ୍ଭବ ନୁହେଁ । ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କରିଥିବା ଖେଳାଳି ହେଉଛନ୍ତି ସଚିନ୍ । ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଇଣ୍ଟରନେସନାଲ କ୍ରିକେଟରେ ମୋଟ ୧୦୦ଟି ଶତକଏବଂ ୧୬୪ଟି ଅର୍ଦ୍ଧଶତକ ନିଜ ନାମରେ କରିଛନ୍ତି ।
- ବ୍ୟକ୍ତିଗତ ରନ୍: ସଚିନ୍ ଆନ୍ତର୍ଜାତୀୟ କ୍ରିକେଟରେ ହାରାହାରି ୪୮.୫୨ ରେ ୬୬୪ ଟି ମ୍ୟାଚରୁ ସର୍ବାଧିକ ୩୪,୩୫୭ ରନ୍ ସଂଗ୍ରହ କରିଛନ୍ତି । ଦିନିକିଆରେ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୧୫,୯୨୧ ରନ୍ ସହ କ୍ୟାରିଅର୍ ଶେଷ କରିଥିବା ସଚିନ୍ ଏମ୍.ଏସ୍ ଧୋନିଙ୍କ ନେତୃତ୍ୱରେ ୨୦୧୧ ରେ ବିଶ୍ୱକପ୍ ଜିତିବାର ସ୍ୱପ୍ନ ପୂରଣ କରିଥିଲେ।