fbpx

ଲୋକସଭା ନିର୍ବାଚନର ସବୁଠାରୁ ଧନୀ ପ୍ରାର୍ଥୀ ପି. ଚନ୍ଦ୍ର ଶେଖର, ୫ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଅନେକ ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଗୋଟିଏ ପଟେ ପ୍ରଚାର କାର୍ଯ୍ୟରେ ବିଭିନ୍ନ ରାଜନୈତିକ ଦଳ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳୀୟ ନେତା, ମନ୍ତ୍ରୀ ଓ କର୍ମୀ ପ୍ରସ୍ତୁତ କରୁଛନ୍ତି ନିର୍ବାଚନୀ ରଣନୀତି । ଏଥିମଧ୍ୟରେ ବିଭିନ୍ନ ପ୍ରାର୍ଥୀ ତାଲିକା ପ୍ରକାଶ ପାଉଥିବା ବେଳେ ସେମାନଙ୍କ ମୋଟ୍ ସମ୍ପତ୍ତିର ମଧ୍ୟ ଖୁଲାସା ହେଉଛି । ଏହି କ୍ରମରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ତେଲୁଗୁ ଦେଶମ୍ ପାର୍ଟି(ଟିଡିପି)ର ଡା. ପି. ଚନ୍ଦ୍ରଶେଖର(Pemmasani Chandrasekhar) ସବୁଠାରୁ ଧନୀ ପ୍ରାର୍ଥୀ ଭାବେ ମାନ୍ୟତା ଲାଭ କରିଛନ୍ତି ।

କିଏ ଡା. ପି. ଚନ୍ଦ୍ରଶେଖର ?

ଡା. ପି. ଚନ୍ଦ୍ରଶେଖର ପେଶାରେ ଜଣେ NRI ଡାକ୍ତର । ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ MBBS ପଢ଼ିଛନ୍ତି । ଆମେରିକାରେ ମେଡିକାଲ ଲାଇସେନ୍ସ ପରୀକ୍ଷାରେ ସେ ଭଲ ରେଙ୍କ୍ ପାଇବା ପରେ ମେଡିକାଲ ପ୍ରାକ୍ଟିସ୍ ଜାରି ରଖିଥିଲେ । ଏହା ପରେ ସେ ଏକ Edutech କମ୍ପାନୀ ଆରମ୍ଭ କରିଥିଲେ । ଗୁଣ୍ଟୁର ଜିଲ୍ଲାର ବୁର୍ରିପାଲେମରେ ତାଙ୍କ ପରିବାର ରୁହନ୍ତି । ତାଙ୍କ ପିତା ନରସରାଓପେଟରେ ଏକ ହୋଟେଲ ଚଲାଉଥିଲେ । ପି. ଚନ୍ଦ୍ରଶେଖରଙ୍କ ଅଧିକାଂଶ ସମ୍ପତ୍ତି ଆମେରିକାରେ ରହିଛି । ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୋଟ୍ ପରିମାଣ ୫୭୮୫ କୋଟି ଟଙ୍କା ବୋଲି ଜଣାପଡ଼ିଛି । ତାଙ୍କ ନିକଟରେ ୨୪୪୮.୭୨ କୋଟିର ସମ୍ପତ୍ତି ଥିବା ବେଳେ ପତ୍ନୀ ଶ୍ରୀରତ୍ନାଙ୍କ ପାଖରେ ମୋଟ୍ ସମ୍ପତ୍ତିର ପରିମାଣ ୨୩୪୩.୭୮ କୋଟି ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ତେବେ ଚନ୍ଦ୍ର ଶେଖରଙ୍କ ପରିବାର ଉପରେ ୧୧୩୮ କୋଟି ଟଙ୍କାର ଋଣ ଥିବା ସେ ସ୍ୱିକାର କରିଛନ୍ତି । ଡାକ୍ତରରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖର ୨୦୧୦ରୁ ଟିଡିପି ସହ ଜଡ଼ିତ ଅଛନ୍ତି । ବିଶ୍ୱବ୍ୟାପି ପାଖାପାଖି ୧୦୧ଟି କମ୍ପାନୀରେ ଏହି ଦମ୍ପତ୍ତି ମିଳିତ ଭାବେ ଅଂଶଧନ ରଖିଛନ୍ତି । ଆସନ୍ତା ମେ ୧୩ ତାରିଖରେ ଆନ୍ଧ୍ରପ୍ରଦେଶରେ ବିଧାନସଭା ସହ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୁଣ୍ଟୁରରେ ଡା ଚନ୍ଦ୍ରଶେଖର ରାଜ୍ୟ ଶାସକ ଦଳର କେ ଭେଙ୍କଟ ରୋଷେୟାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ।

Get real time updates directly on you device, subscribe now.