fbpx
BSKY
BJD YOUTH SKY
BJD MS SKY

ଧରାପଡିିଲା ନକଲି ମସଲା ପ୍ରସ୍ତୁତ କରୁଥିବା ବଡ ଗ୍ୟାଙ୍ଗ, ମସଲାରେ ଯାହା ବ୍ୟବହାର ହେଉଥିଲା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ନୂଆଦିଲ୍ଲୀ: ଏବେ ଦେଶରେ ନକଲି ମସଲାକୁ ବିକ୍ରୀକୁ ନେଇ ଗ୍ରାହକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଏହି କ୍ରମରେ ଦିିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ନକଲି ମସଲା ପ୍ରସ୍ତୁତ କରୁଥିବା ଓ ତାହାକୁ ଦିଲ୍ଲୀ ବଜାରରେ ଯୋଗାଣ କରୁଥିବା ଗ୍ୟାଙ୍ଗର ସନ୍ଧାନ ପାଇଛନ୍ତି ।
ଏହି ନକଲି ମସଲା ଦିଲ୍ଲୀର କରାବଳ ନଗର ଅଞ୍ଚଳରେ ଥିବା ୨ଟି କାରଖାନାରେ ତିଆରି କରାଯାଉଥିଲା । ପୋଲିସ ଏହି କାରଖାନାରୁ ମୋଟ ୧୫ ଟନ୍ ନକଲି ମସଲା ଓ କଞ୍ଚାମାଲ ଜବତ କରିଛି । ଏହି ନକଲି ମସଲା ଏପରି ଜିନିଷରେ ତିଆରି ହେଉଥିଲା ଯାହା ଜାଣିଲେ ଆପଣଙ୍କର ବାନ୍ତି ଆସିଯିବ । ଏହା ଅନୁପଯୁକ୍ତ ଖାଦ୍ୟ ସାମଗ୍ରୀ, ପ୍ରତିବନ୍ଧ ଲଗାଯାଇଥିବା ବିଭିନ୍ନ ସାମଗ୍ରୀ, କେମିକାଲ ଓ ଏସିଡ୍ ସାହାଯ୍ୟରେ ତିଆରି କରାଯାଉଥିଲା ।

ଏହି କାରଖାନାରୁ ପୋଲିସ ୭୧୦୫ କିଲୋ ନକଲି ମସଲା ଜବତ କରିଛି ଯେଉଁଥିରୁ ୩୩୦୦କିଲୋ ହଳଦୀ ପାଉଡର, ୧୧୫ କିଲୋ ଗରମ ମସଲା, ୧୪୫୦କିଲୋ ଆମଚୁର ପାଉଡର, ୨୨୪୦ କିଲୋ ଧନିଆ ପାଉଡର ରହିଛି । ଜବତ କଞ୍ଚାମାଲରେ ରହିଛି ୧୦୫୦କିଲୋ ନଷ୍ଟ ହୋଇଯାଇଥିବା ଚାଉଳ, ୨୦୦କିଲୋ ଖରାପ ବାଜରା, ୬ କିଲୋ ସଢା ନଡିଆ, ୭୨୦କିଲୋ ଧନିଆ ମଞ୍ଜି, ୟୁକାଲିପଟାସ ପତ୍ର, ସଢା କୋଳି, କାଠ ଗୁଣ୍ଡ, ସାଇଟ୍ରିକ୍ ଏସିଡ୍‌, କଲର କେମିକାଲ, ୨ ଟି ବଡ ପ୍ରୋସେସିଂ ମେସିନ ଇତ୍ୟାଦି ।
ପୋଲିସର କହିବା ଅନୁଯାୟୀ ଏହି କାରଖାନା ଦିଲ୍ଲୀପ ସିଂହ ଓ ସରଫରାଜ ନାମକ ବ୍ୟକ୍ତି ଚଳାଉଥିଲେ । ଅନ୍ୟପକ୍ଷରେ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ନକଲି ମସଲାକୁ ଖୁର୍ସିଦ ମଲିକ ନାମକ ବ୍ୟକ୍ତି ବିଭିନ୍ନ ସ୍ଥାନକୁ ଯୋଗାଣ କରୁଥିଲା । ଏହି ୩ ଜଣଙ୍କୁ ପୋଲିସ ଗିରଫ କରିଛି ଓ ଏହି ମାମଲାରେ ଅଧିକ ଯାଞ୍ଚ ଜାରି ରଖିଛି ।

Get real time updates directly on you device, subscribe now.