fbpx
BSKY SKY
BSKY SKY

ଦିଲ୍ଲୀ ପରେ ଏବେ ଅହମ୍ମଦାବାଦରେ ଆତଙ୍କ, ସ୍କୁଲକୁ ବମ୍‌ରେ ଉଡାଇଦେବାକୁ ମିଳିଲା ଧମକ

BSKY

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲକୁ ବମ୍‌ରେ ଉଡାଇଦେବାକୁ ମିଳିଥିବା ନକଲି ଧମକ ପରେ ଏବେ ଗୁଜରାଟର ଅହମ୍ମଦାବାଦର କିଛି ସ୍କୁଲକୁ ଧମକଭରା ଇ-ମେଲ୍ ମିଳିଛି ଯେଉଁଥିରେ ସ୍କୁଲକୁ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିଛି । କୁହାଯାଉଛି କି ଏହି ଇମେଲ୍ ଦେଶ ବାହାରୁ ଆସିଛି । ଏହି ଇମେଲ୍ ମିଳିବା ପରେ ପୋଲିସ ତତ୍ପର ହୋଇଉଠିଛି ଓ ସ୍କୁଲରେ ତଲାସ ଅଭିଯାନ ଆରମ୍ଭ କରିଦେଇଛି । ତେବେ ଏହି ଘଟଣାରେ ପୋଲିସକୁ ଏ ପର୍ଯ୍ୟନ୍ତ କୌଣସି ଆପତ୍ତିଜନକ ବସ୍ତୁ ମିଳିନାହିଁ । ତେବେ ସ୍କୁଲ ଛୁଟି ଥିବାରୁ ପିଲାମାନଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତା କରିବାର ବିଶେଷ କିଛି କାରଣ ନାହିଁ । ଅନ୍ୟପକ୍ଷରେ କାଲି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଥିବାରୁ ପୋଲିସ ଆଲର୍ଟ ମୋଡ୍‌ରେ ରହିଛି ।

Get real time updates directly on you device, subscribe now.