fbpx
BSKY SKY
BSKY SKY

କ୍ରିକେଟ ଖେଳ ସମୟରେ ବେଳେ ଦୁଃଖଦ ଘଟଣା: ବଲ୍ ବାଜି ଚାଲିଗଲା ଜଣଙ୍କର ଜୀବନ

BSKY

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖଦ ଘଟଣା । କ୍ରିକେଟ ଖେଳୁଥିବା ସମୟରେ ବଲ ବାଲି ଯିବାରୁ ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ସବୁଠାର ଦୁଃଖର କଥା ହେଉଛି, ପିଲାଟି କୁସ୍ତିରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଥିଲା । ପୁଣେର ଲୋହେଗାଁଓ ଅଞ୍ଚଳରେ ନିଜ ସାଙ୍ଗସାଥୀଙ୍କ ସହିତ କ୍ରିକେଟ ଖେଳୁଥିବା ସମୟରେ ପରି ଏକ ଦୁଃଖଦ ଅଘଟଣ ଘଟିଥିଲା । ଏତେ କମ୍ ବୟସର ପୁଅକୁ ହରାଇ ବାପା-ମାଆ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।

ମୃତ ବାଳକର ନାମ ଶୌର୍ଯ୍ୟ କାଲିଦାସ ଖାଣ୍ଡୱେ ବୋଲି ଜଣାପଡ଼ିଛି । ଗତ ୨ ତାରିଖ ରାତି ପାଖାପାଖି ୯ଟା ସମୟରେ ଲୋହେଗାଁଓର କ୍ରୀଡ଼ା ଏକାଡେମୀ ଗ୍ରାଉଣ୍ଡରେ ଏହି ଅଘଟଣ ଘଟିଥିଲା । ଏହି ଆକସ୍ମିକ ମୃତ୍ୟୁକୁ ନେଇ ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରାଯାଇଛି । ଶୌର୍ଯ୍ୟ ନିଜର ସାଙ୍ଗସାଥୀଙ୍କ ସହିତ ଜଗତଗୁରୁ କ୍ରୀଡ଼ା ଏକାଡେମୀକୁ ଖେଳିବାକୁ ଯାଇଥିଲା । ସେଠାରେ ରାତିରେ ଖେଳିବାର ସୁବିଧା ରହିଥିଲା । ଶୌର୍ଯ୍ୟ ବୋଲିଂ କରୁଥିବା ସମୟରେ ବ୍ୟାଟ୍ସମ୍ୟାନ ବଲକୁ ମାରିବା ସମୟରେ ବଲଟି ବୋଲରର ପ୍ରାଇଭେଟ ପାର୍ଟରେ ବାଜିଯାଇଥିଲା । ଫଳରେ ଶୌର୍ଯ୍ୟ ସଙ୍ଗେସଙ୍ଗେ ତଳେ ପଡ଼ିଯାଇଥିଲା । ଏହାପରେ ତାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ ।

Get real time updates directly on you device, subscribe now.