fbpx
BSKY
BJD MC SKY
BJD YOUTH SKY

ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଓ ୧୦ରେ ଶପଥ ଗ୍ରହଣ ଉତ୍ସବ: ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଆସନ୍ତା ୭ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନ ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତାଙ୍କ ଛୁଅ ଛୁଟିବାରେ ଲାଗିଛି । ନିକଟରେ କିଛି କେନ୍ଦ୍ରୀୟ ନେତା ଓଡ଼ିଶା ଆସିଥିବା ବେଳେ ଆଗକୁ ପୁଣି କିଛି ନେତା ଆସି ପ୍ରଚାର କାର୍ଯ୍ୟରେ ସାମିଲ ହେବେ ।

ତେବେ ଏହା ମଧ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ସେ ବ୍ରହ୍ମପୁରରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଓଡ଼ିଶାର ବିଜେଡି ସରକାର ଉପରେ ବର୍ଷିଛନ୍ତି । ନିଜ ଭାଷଣରେ ମୋଦୀ କହିଛନ୍ତି, ବିଜେପି ଯାହା କହେ ତାହା କରି ଦେଖାଏ । କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅର୍ଥକୁ ରାଜ୍ୟ ସରକାର ଠିକରେ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । ଓଡ଼ିଶା ବହୁତ ଧନୀ ରାଜ୍ୟ, ମାତ୍ର ଏଠାକାର ଲୋକ ଗରିବ ହୋଇ ରହି ଯାଇଛନ୍ତି ।

ଜଳ ଜୀବନ ମିଶନ ମାଧ୍ୟମରେ କେନ୍ଦ୍ର ସରକାର ୧୦ ହଜାର କୋଟି ଯୋଗାଇ ଦେଇଛନ୍ତି । ମାତ୍ର ତାହାର ସଦୂପଯୋଗ ହୋଇ ପାରିନାହିଁ । ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ପତ୍ରରେ ଘୋଷଣା ହୋଇଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି । ମୁଁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଜୁନ ୪ରେ ବିଜେଡି ସରକାର ଏକ୍ସପାରୀ ଡେଟ୍ ଲେଖାଯାଇଛି । ଜୁନ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଓ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ । ଜନସାଧାରଣଙ୍କ ଭୋଟ ହିଁ ପ୍ରଭୁ ରାମଲଲାଙ୍କ ମନ୍ଦିର ନିର୍ମାଣ କରିଛି ।

Get real time updates directly on you device, subscribe now.