fbpx
BSKY SKY
BSKY SKY

ଟି-୨୦ ବିଶ୍ୱକପରେ ନୂଆ ଜର୍ସି ପିନ୍ଧି ଖେଳିବେ ଭାରତୀୟ ଖେଳାଳି? ଭାଇରାଲ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା

BSKY

ନୂଆଦିଲ୍ଲୀ: ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ବିଶ୍ୱକପ ପାଇଁ ଭାରତ ୧୫ ଜଣିଆ ଟିମ୍ ଘୋଷଣା କରିସାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ଥର ଟିମ୍ ଇଣ୍ଡିଆ ବିଶ୍ୱକପ ଖେଳିବ । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଜର୍ସି ଖୁବ୍ ଭାଇରାଲ ହେବାରେ ଲାଗିଛି । ବିଶ୍ୱକପରେ ଭାରତୀୟ ଖେଳାଳିମାନେ ଉକ୍ତ ଜର୍ସି ପିନ୍ଧି ଖେଳିବେ ବୋଲି ଅନେକ ଦାବି କରୁଛନ୍ତି ।

ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଜର୍ସିରେ ଭାରତୀୟ ପତାକା ବା ତୀରଙ୍ଗାର ଷ୍ଟ୍ରିପ ଲାଗିଛି । ଜର୍ସିର ଦୁଇପଟର ରଙ୍ଗ କେସରିଆ ହୋଇଥିବା ବେଳେ ସେଥିରେ ଧଳା ରଙ୍ଗର ଷ୍ଟ୍ରିପ ରହିଛି । ଜର୍ସିର ଆଗପଟ ରଙ୍ଗ ନୀଳ ରହିଛି । ଏଥିସହିତ ତା’ ଉପରେ ଏଡିଡାସ ଓ ବିସିସିଆଇର ଲୋଗୋ ମଧ୍ୟ ରହିଛି । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏହା ଭାରତୀୟ ଦଳର ଅଫିସିଆଲ ଜର୍ସି ହେବ ବୋଲି ଅନେକ ଫ୍ୟାନ୍ସ ଦାବି କରୁଛନ୍ତି । ସେହିପରି ଏହା ଟିମ୍ ଇଣ୍ଡିଆର ଅଫିସିଆଲ ଜର୍ସି ନୁହେଁ, ଏହା ପ୍ରାକ୍ଟିସ କିଟ୍ ବୋଲି ମଧ୍ୟ ଅନେକ ଦାବି କରୁଛନ୍ତି ।

Get real time updates directly on you device, subscribe now.