fbpx
BSKY SKY
BSKY SKY

(Video) ବ୍ରାଜିଲ ଡଙ୍ଗା ବୁଡ଼ି ଘଟଣା: ପ୍ରବଳ ବନ୍ୟା କାରଣରୁ ପାଣିରେ ବୁଡ଼ି ରହିଥିବା ବ୍ରିଜ୍ ସହ ଧକ୍କା ହୋଇ ଓଲଟି ପଡ଼ିଲା ଡଙ୍ଗା

BSKY

ନୂଆଦିଲ୍ଲୀ: ଦକ୍ଷିଣ ବ୍ରାଜିଲରେ ଦେଖାଦେଇଥିବା ଭୟଙ୍କର ବନ୍ୟା କାରଣରୁ ଏକ ଯାତ୍ରୀବାହୀ ଡଙ୍ଗା ପାଣି ଭିତରେ ବୁଡ଼ି ରହିଥିବା ଏକ ବ୍ରିଜକୁ ଧକ୍କା ଦେଇଥିଲା । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଦକ୍ଷିଣ ବ୍ରାଜିଲରେ ବନ୍ୟା କାରଣରୁ ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚି ଯାଇଥିବା ବେଳେ କିଛି ଲୋକ ନିଖୋଜ ରହିଛନ୍ତି । ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅନେକ ଲୋକଙ୍କର ପ୍ରାଣହାନୀ ଘଟିଥିବା ଏକ ରିପୋର୍ଟରେ କୁହାଯାଇଛି ।

ସୂଚନା ମୁତାବକ, ଦକ୍ଷିଣ ବ୍ରାଜିଲରେ ଦେଖାଇଥିବା ବନ୍ୟା କାରଣରୁ ଗତ ୪ ତାରିଖରେ ଏକ ଯାତ୍ରୀବାହୀ ଡଙ୍ଗା ପାଣି ଭିତରେ ବୁଡ଼ି ରହିଥିବା ଏକ ବ୍ରିଜ୍ ସହ ଧକ୍କା ହୋଇଥିଲା । ଏହି ଭୟଙ୍କର ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବନ୍ୟାର ଏହି ଭୟଙ୍କର ସ୍ଥିତି ଏବେ ସମଗ୍ର ଅଞ୍ଚଳକୁ କବଳିତ କରି ରଖିଛି । ଏହା ମଧ୍ୟରେ ରବିବାର ଦିନ ବନ୍ୟାରେ ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚି ଯାଇଛି । ଏଥିସହିତ ୬୭ ଜଣ ଲୋକ ନିଖୋଜ ରହିଥିବା ବ୍ରାଜିଲ ପକ୍ଷରୁ ଅଫିସିଆଲ ଭାବେ ସୂଚନା ଦିଆଯାଇଛି ।

ତେବେ ଏହି ଭୟଙ୍କର ବନ୍ୟାରେ ୭୪ ଜଣ ଲୋକ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ଏଥିସହିତ ବନ୍ୟାରେ ୪.୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୩୨ ହଜାରରୁ ଅଧିକ ଲୋକ ବାସହରା ହୋଇଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ପାଖାପାଖି ୧୬ ହଜାର ଲୋକ ବିଭିନ୍ନ ସ୍କୁଲ, ଜିମ ଓ ଅନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ମଧ୍ୟ କୁହାଯାଉଛି । ବ୍ରାଜିଲ ପ୍ରଧାନମନ୍ତ୍ରୀ ଲୁଇଜ ଇନାସିଓ ଲୁଲା ଦା’ ସିଲଭା, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ପରିବେଶ ମନ୍ତ୍ରୀ ପ୍ରମୁଖ ବନ୍ୟା ପ୍ଲାବିତ ଅଞ୍ଚଳକୁ ଗସ୍ତ କରି ପରିସ୍ଥିତି ବିଷୟରେ ଅନୁଧ୍ୟାନ କରିଥିଲେ ।

Get real time updates directly on you device, subscribe now.