fbpx
BSKY
BJD MC SKY
BJD YOUTH SKY

ଘରେ ବସି SMS କରି ପାଆନ୍ତୁ ଭୋଟର ସ୍ଲିପ୍‌, ଏହି ନମ୍ବରରେ କରନ୍ତୁ ମେସେଜ୍‌

ନୂଆଦିଲ୍ଲୀ:ସାରା ଦେଶରେ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏପରି ସ୍ଥିତିରେ ଯଦି ଆପଣଙ୍କୁ ଏ ପର୍ଯ୍ୟନ୍ତ ଭୋଟର ସ୍ଲିପ୍ ମିଳି ନାହିଁ ତେବେ ଏହି ସହଜ ଉପାୟରେ ଏହାକୁ ହାସଲ କରନ୍ତୁ ।
ଘରେ ବସି ୧୯୫୦ ନଂରେ SMS କରି ମାତ୍ର ୧୦ ସେକେଣ୍ଡରେ ଆପଣ ଭୋଟର ସ୍ଲିପ୍ ହାସଲ କରିପାରିବେ । ଭୋଟିଂ ମାତ୍ରା ବୃଦ୍ଧି ଲାଗି ନିର୍ବାଚନ କମିଶନ SMS ମାଧ୍ୟମରେ ଭୋଟର ସ୍ଲିପ୍ କାଢିବାର ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

ଏଥିପାଇଁ ଭୋଟର ନିଜ ମୋବାଇଲ୍‌ର ମେସେଜ୍ ବକ୍ସକୁ ଯାଇ ନିଜର ଭୋଟର ଆଇଡି ନମ୍ବର ଦେଇ ୧୯୫୦ ନଂକୁ SMS କରିବାକୁ ହେବ । ଏହାପରେ ନିର୍ବାଚନ କମିଶନଙ୍କ ନିକଟରୁ ଆପଣଙ୍କ ପାଖକୁ ଧନ୍ୟବାଦ ମେସେଜ୍ ଆସିବ । SMS କରିବାର ୧୦ ସେକେଣ୍ଡ ଭିତରେ ଆପଣଙ୍କୁ ଭୋଟର ସ୍ଲିପ୍ ମିଳିଯିବ ।

Get real time updates directly on you device, subscribe now.