fbpx
BSKY SKY
BSKY SKY

କ’ଣ ଆପଣ ମଦ୍ୟପାନ କମ କରିବା ପାଇଁ ଚାହାଁନ୍ତି କି ? ତେବେ ଆସନ୍ତୁ ଜାଣିବା କେମିତି ଛାଡିବେ

BSKY

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ମଦ୍ୟପାନ କରିବା ଏକ ସାଧାରଣ ବିଷୟ ପାଲଟିଛି । ଅନେକ ଲୋକମାନେ ଅତ୍ୟଧିକ ମଦ୍ୟପାନ କରୁଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାରେ ଲାଗିଛି । ଏଥିପାଇଁ ଅନେକ ଲୋକ ମଦ ଛାଡିବା ନେଇ ନିଜର ଶରୀର ପାଇଁ ଚିନ୍ତିତ ରହୁଛନ୍ତି । ତେବେ ଆସନ୍ତୁ ଏଥିରୁ କିପରି ମୁକୁଳିବା, ଜାଣିବା କିଛି ଉପାୟ ……….

ଆପଣମାନେ ସାଙ୍ଗସାଥୀ ବା ବିଭିନ୍ନ କ୍ଲବ, ପାର୍ଟିରେ ଯୋଗଦେଇ ନିସା ସେବନ ଅଭ୍ୟାସରେ ପଡିଯାଇଛନ୍ତି କି ? ଏହା ସ୍ୱାସ୍ଥ୍ୟ ପାଇଁ ବଡ ହାନିକାରକ ହୋଇଥାଏ । ବାରମ୍ବାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏ ସମ୍ପର୍କରେ ବାରମ୍ବାର କହି ଆସିଛନ୍ତି । ଏହା ପୂର୍ବରୁ କୌଣସି ଆଲକୋହଲ ଥିବା ମଦ ସେବନ କରିବା ଶରୀର ପକ୍ଷେ ହାନିକାରକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ ସୂତନା ଦିଆଯାଇଥିଲା । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଏହା ଉପରେ ଆରୋପ ଲଗେଇଛନ୍ତି । ମଦ୍ୟପାନ କରିବା ବିଷ ପିଇବା ସହ ସମାନ ବୋଲି ଦାବି କରିବା ସହ ଏଥିରେ ଥିବା ସାଇକେଆକ୍ଟିଭ୍ ପଦାର୍ଥରେ ମାତ୍ରାଧିକ ନିଶା ଗୁଣ ରହିଥିବାରୁ ଏହାକୁ ବିଶେଷଜ୍ଞମାନେ କାରସିନୋଜେନ ଭଳି ମାରତ୍ମକ ନିଶା ପଦାର୍ଥ ଶ୍ରେଣିଭୁକ୍ତ କରିଛନ୍ତି ।

ମାତ୍ରାଧିକ ମଦ୍ୟପାନ କରୁଥିବା ବ୍ୟକ୍ତି ମାନଙ୍କୁ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ୍ ଡାକ୍ତର ପାଲ ମାନିକମ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଯେଉଁମାନେ ଅଧିକ ମଦ୍ୟପାନ କରନ୍ତି ସେମାନେ ଏକ ଯୋଜନା କରି ଧୀରେ ଧୀରେ କମ ପରିମାଣରେ ନିଅନ୍ତୁ । ଆପଣ ଯେତେବେଳେ ପିଇବା ଆରମ୍ଭ କରିବେ କେତେ ପରିମାଣରେ ପାନ କରିବେ ତାହା ଆଗରୁ ସ୍ଥିର କରି ସେତିକି ପରିମାଣରେ ନିଅନ୍ତୁ । ମଦ୍ୟପାନ କରିବା ପୂର୍ବରୁ ଠିକ ପରିମାଣରେ ଖାଦ୍ୟ ଖାଇବା ଦରକାର ହୋଇଥାଏ । ଖାଲି ପେଟରେ ପିଇବା ଦ୍ୱାରା ମଦରେ ଥିବା ବିଷାକ୍ତ ପଦାର୍ଥ ରକ୍ତରେ ପ୍ରବେଶ କରି ଶରୀରରେ କ୍ଷତି ପହଞ୍ଚାଇ ଥାଏ ।

ସେହିପରି ଯଦି ସାଙ୍ଗସାଥୀ ଆପଣଙ୍କୁ ଅଧିକ ମଦ୍ୟପାନ କରବାକୁ ବାଧ୍ୟ କରଥାନ୍ତି ସେଭଳି ବନ୍ଧୁଙ୍କ ପାଖରୁ ଏଡେଇ ରହିବା ଶିଖନ୍ତୁ । ଯଦି ଅଧିକ ବାଧ୍ୟ କରନ୍ତି ମନା କରନ୍ତୁ ଓ ନିଜ ହିସାବରେ ପିଅନ୍ତୁ ଓ ଏସବୁ ଯଥା ସମ୍ଭବ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.