fbpx
BSKY SKY
BSKY SKY

(Video) ଓଡ଼ିଶାରେ ବିଶ୍ୱର ବିରଳ ପକ୍ଷୀ, ଲୋକେ ଆଶ୍ଚର୍ଯ୍ୟ: ମହାନଦୀ ଅବବାହିକାରେ ଅଣ୍ଡା ଦେଇ କରୁଛନ୍ତି ବଂଶ ବିସ୍ତାର…

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ବିରଳ ପକ୍ଷୀ ଏବେ ଓଡ଼ିଶାରେ । ସାଧାରଣ ଭାବେ ବିଶ୍ୱର ୩ଟି ସ୍ଥାନରେ ଏହି ପକ୍ଷୀ ଦେଖିବାକୁ ମିଳିଥାନ୍ତି । ଭାରତ ସମେତ ପାକିସ୍ତାନ ଓ ମିଆଁମାରରେ ଏହି ବିରଳ ପକ୍ଷୀକୁ ଦେଖିବାକୁ ମିଳିଥାଏ । ତେଣୁ ଓଡ଼ିଶାରେ ଏହି ବିରଳ ପକ୍ଷୀକୁ ଦେଖି ଏବେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଠଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ବିଶ୍ୱର ଏହି ବିରଳ ପ୍ରଜାତିର ପକ୍ଷୀ । ଏହି ପକ୍ଷୀକୁ ଯିଏ ଥରେ ଦେଖୁଛି ତା’ର ମନଲୋଭା ସୌନ୍ଦର୍ଯ୍ୟ ଆଖିକୁ ଟାଣି ନେଉଛି ।

ମହାନଦୀ ଅବବାହିକାର ସାତକୋଶିଆ, ମୁଣ୍ଡଳୀ ଓ ଖୁଣ୍ଟୁଣୀ ବନାଞ୍ଚଳର ବ୍ରହ୍ମପୁର ଅଞ୍ଚଳରେ ଏହି ପକ୍ଷୀ ବଂଶ ବିସ୍ତାର କରିଥାନ୍ତି । ମାତ୍ର ଆଠଗଡ଼ ଓ ମହାନଦୀ ମୁଣ୍ଡୁଳୀର ଅବବାହିକାକୁ ଏହି ପକ୍ଷୀମାନେ ଏବେ ନିଜର ବାସସ୍ଥଳୀ ଭାବେ ବାଛି ନେଇଛନ୍ତି । ଏହି ବିରଳ ପକ୍ଷୀର ନାମ ହେଉଛି ‘ଇଣ୍ଡିଆନ ସ୍କିମର’ ବା ‘ପାଣି ଚିରି’ । ଏହି ଅଞ୍ଚଳକୁ ମୋଟ ୧୬୫ଟି ପାଣି ଚିରି ପ୍ରଜାତିର ପକ୍ଷୀ ଆସିବା ସହିତ ସେମାନେ ବର୍ତ୍ତମାନ ସୁଦ୍ଧା ୮୨ଟି ଅଣ୍ଡା ଦେଇଥିବା ଜଣାପଡ଼ିଛି । ସେହି ଅଣ୍ଡାଗୁଡ଼ିକରୁ ଏହି ପକ୍ଷୀର ବଂଶ ବିସ୍ତାର ହୋଇ ଚାଲିଥିବାରୁ ଆଗକୁ ସେମାନଙ୍କର ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବ । ତେବେ ଏହି ପକ୍ଷୀମାନେ ୩୫ଟି ଛୁଆ ଦେଇଥିବା ଆଠଗଡ଼ ସହକାରୀ ବନ ସଂରକ୍ଷକ (ଏସିଏଫ) ସୂଚନା ଦେଇଛନ୍ତି । ତେବେ ପକ୍ଷୀମାନେ ଅଣ୍ଡା ଦେଉଥିବା ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ଏଥିସହିତ ଏପରି ଅତିଥି ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗକୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.