fbpx

51* Not Out… ୫୧ ବର୍ଷରେ ପାଦ ଦେଲେ ‘God of Cricket’: ଜାଣନ୍ତୁ ସଚିନଙ୍କ 10 ଅଜଣା କଥା

ଓଡ଼ିଶା ଭାସ୍କର: କ୍ରିକେଟ ଦୁନିଆର ବେତାଜ୍ ବାଦଶାହ, ଯିଏ ପାଲଟି ଯାଇଛନ୍ତି କ୍ରିକେଟର ଭଗବାନ । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଆଜି ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି । କ୍ରିକେଟ ଦୁନିଆରେ ୨ ବର୍ଷ ପର୍ଯ୍ୟନ୍ତ ରାଜ୍ କରିଥିବା ଏହି କ୍ରିକେଟର କେବଳ ଭାରତ ନୁହେଁ, ସବୁ ଦେଶରେ ପାଇଛନ୍ତି ସ୍ୱତନ୍ତ୍ର ସ୍ଥାନ । ଏପ୍ରିଲ ୨୪ , ୧୯୭୩ ଆଜିଠୁ ୫୧ ବର୍ଷ ତଳେ ଆଜିର ଦିନରେ ଜନ୍ମ ନେଇଥିଲେ କ୍ରିକେଟର ଭଗବାନ । ମାତ୍ର ୧୬ ବର୍ଷ ବୟସରେ କ୍ରିକେଟ ଦୁନିଆରେ ପାଦ ଦେଇ କୌଣସି ମ୍ୟାଚ ଖେଳିବା ପୂର୍ବରୁ ହିଁ ସେ ଇତିହାସ ଲେଖିବା ଆରମ୍ଭ କରିଥିଲେ । ବାସ୍ ତା’ ପରେ ତାଙ୍କ ରେକର୍ଡରେ ସୃଷ୍ଟି ହୋଇଛି କ୍ରିକେଟର ଇତିହାସ ବହି । ଅନେକ ରେକର୍ଡ, ଅନେକ ଇତିହାସ ସେ ନିଜ ନାମରେ କରି ଆଜି କ୍ରିକେଟର ଭଗବାନ୍ ପାଲଟି ଯାଇଛନ୍ତି । ସମସ୍ତଙ୍କ ହୃଦୟରେ ପାଇଛନ୍ତି ଭଗବାନଙ୍କ ଦରଜା । ଯେଉଁ ଦେଶ-କୌଣସି ଷ୍ଟାଡିୟମ ହେଉ, ସବୁଠି ତାଙ୍କୁ ମିଳିଛି ଅସରନ୍ତି ଭଲପାଇବା । ଏମିତିକି ପାକିସ୍ତାନ ଭଳି ରାଷ୍ଟ୍ରରେ ମଧ୍ୟ ସଚିନଙ୍କ ଅନେକ ପ୍ରଶଂସକ ରହିଛନ୍ତି । ଆଜି ତାଙ୍କର ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡ଼ିତ କିଛି ସ୍ପେଶାଲ ଘଟଣା…

  1. ୧୬ ବର୍ଷରେ ଡେବ୍ୟୁ: ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ କ୍ରିକେଟ ଦୁନିଆରେ ପାଦ ରଖିଥିଲେ ସଚିନ୍ ତେନ୍ଦୁଲକର । ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରି ସେ ସର୍ବକନିଷ୍ଠ ଖେଳାଳି ଭାବରେ ରେକର୍ଡ କରିଥିଲେ ।
  2. ସଚିନଙ୍କ ଲଭ୍ ଷ୍ଟୋରୀ: ୧୯୯୦ ମସିହାରେ ସଚିନ ଏବଂ ଧର୍ମପତ୍ନୀ ଅଞ୍ଜଳି ପରସ୍ପରକୁ ମୁମ୍ବାଇର ବିମାନବନ୍ଦରରେ ପ୍ରଥମ ଥର ଦେଖା ହୋଇଥିଲେ । ଉଭୟ ପରସ୍ପରକୁ ପ୍ରଥମ ଦେଖାରୁ ଭଲ ପାଇ ବସିଥିଲେ ଏବଂ ପରେ ୧୯୯୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସଚିନ୍ ଏବଂ ଅଞ୍ଜଳି
  3. ସାହାରା କପ୍ ଜିତିବାରୁ ଝିଅ ନା ସାରା: ଏ କଥା ହୁଏତ ବହୁତ କମ୍ ଲୋକ ଜାଣିଥିବେ, ସଚିନଙ୍କ ଝିଅ ନାଁ ସାରା କାହିଁକି ରଖାଯାଇଛି । ୧୯୯୭ ମସିହାରେ ସଚିନ ଅଧିନାୟକ ଭାବରେ ଭାରତକୁ ସାହାରା କପ୍ ବିଜୟୀ କରାଇଥିଲେ । ଏହି ବର୍ଷରେ ତାଙ୍କର ଏଜ କନ୍ୟା ସନ୍ତାନ ଜାତ ହେବାରୁ ସଚିନ ତାଙ୍କ ନାମ ସାରା ରଖିଥିଲେ ।
  4. ବୋଲିଂରେ ବି ଦମଦାର ରେକର୍ଡ: ବିଶ୍ୱ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନଙ୍କ ନାମ ରହିଛି ସତ, କିନ୍ତୁ ବୋଲିଂରେ ବି ସେ ବିରାଟ କୀର୍ତ୍ତିୀମାନ ନିଜ ନାଁରେ ରକିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୨୦୧ ୱିକେଟ ତାଙ୍କ ନାମରେ ରହିଛି ।
  5. ୧୯୮୭ ମସିହାରେ ଥିଲେ ବଲ୍ ବୟ: ୧୯୮୭ ମସିହାରେ ପ୍ରଥମ ଥର ପାଇଁ ଭାରତରେ ବିଶ୍ୱକପ ଆୟୋଜନ ହୋଇଥିଲା । ଏହି ସମୟରେ ସଚିନ ୧୪ ବର୍ଷର ଥିବା ବେଳେ ଜଣେ ବଲ ବୟ ଭାବରେ କାର୍ଯ୍ୟ କରୁଥିଲେ ।

  1. ୩ଟି ବଡ଼ ପୁରସ୍କାରର ଅଧିକାରୀ: କ୍ରିକେଟରେ ଅତୁଳନୀୟ ଯୋଗଦାନ ପାଇଁ ସେ ସାରା ବିଶ୍ୱରେ ପରିଚିତ । ତେଣୁ ତାଙ୍କୁ ଭାରତ ସରକାରଙ୍କ ତରଫରୁ ୧୯୯୭ ମସିହାରେ ରାଜୀବ ଗାନ୍ଧୀ ଖେଳ ପୁରସ୍କାର, ୨୦୦୮ରେ ପଦ୍ମ ବିଭୂଷଣ ଏବଂ ୨୦୧୪ ମସିହାରେ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।
  2. ବଡ଼ା ପାଓ ପ୍ରତି ଦୁର୍ବଳତା: ନିଜ ଫିଟନେସ ପ୍ରତି ସର୍ବଦା ଯତ୍ନବାନ୍ ଥିବା ସଚିନଙ୍କର ବଡ଼ା ପାଓ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ପିଲାଦିନୁ ଏହାଖାଇବାକୁ ବେଶ୍ ପସନ୍ଦ କରନ୍ତି ସଚିନ୍ ।
  3. ପ୍ରଥମ ପ୍ରେମ ମାରୁତି ୮୦୦: ଆଜି ଅନେକ ଗାଡ଼ିର ମାଲିକ ସଚିନ୍ ତେନ୍ଦୁଲକର । କିନ୍ତୁ ସେ ପ୍ରଥମ ଥର ପାଇଁ ଏକ ମାରୁତି ୮୦୦ କିଣିଥିଲେ । ଲାଲ ରଙ୍ଗର ଏହି କାରକୁ ସଚିନ ବେଶ୍ ଭଲ ପାଉଥିଲେ ।
  4. ସଚିନଙ୍କ ବିଶ୍ୱରେକର୍ଡ: କ୍ରିକେଟରେ ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବା କୌଣସି ବ୍ୟାଟର ପକ୍ଷେ ହୁଏତ ସମ୍ଭବ ନୁହେଁ । ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କରିଥିବା ଖେଳାଳି ହେଉଛନ୍ତି ସଚିନ୍ । ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଇଣ୍ଟରନେସନାଲ କ୍ରିକେଟରେ ମୋଟ ୧୦୦ଟି ଶତକଏବଂ ୧୬୪ଟି ଅର୍ଦ୍ଧଶତକ ନିଜ ନାମରେ କରିଛନ୍ତି ।
  5. ବ୍ୟକ୍ତିଗତ ରନ୍: ସଚିନ୍ ଆନ୍ତର୍ଜାତୀୟ କ୍ରିକେଟରେ ହାରାହାରି ୪୮.୫୨ ରେ ୬୬୪ ଟି ମ୍ୟାଚରୁ ସର୍ବାଧିକ ୩୪,୩୫୭ ରନ୍ ସଂଗ୍ରହ କରିଛନ୍ତି । ଦିନିକିଆରେ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୧୫,୯୨୧ ରନ୍ ସହ କ୍ୟାରିଅର୍ ଶେଷ କରିଥିବା ସଚିନ୍ ଏମ୍.ଏସ୍ ଧୋନିଙ୍କ ନେତୃତ୍ୱରେ ୨୦୧୧ ରେ ବିଶ୍ୱକପ୍ ଜିତିବାର ସ୍ୱପ୍ନ ପୂରଣ କରିଥିଲେ।

Get real time updates directly on you device, subscribe now.