fbpx
BSKY
BJD YOUTH SKY
BJD MS SKY

ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ‘ସପା’ର ବଡ଼ ନିଷ୍ପତ୍ତି, ୟୁପିର ନୂତନ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବେ ଶ୍ୟାମ ଲାଲ ପାଲ

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ବଡ଼ ନିଷ୍ପତ୍ତି ନେଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଆଦେଶାନୁସାରେ ଶ୍ୟାମ ଲାଲ ପାଲଙ୍କୁ ଉତ୍ତର ପ୍ରଦେଶର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଦଳର ପ୍ରଦେଶ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲଙ୍କ ସ୍ଥାନରେ ଦଳ ଶ୍ୟାମ ଲାଲଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରିଛି । ଏହା ପୂର୍ବରୁ ଶ୍ୟାମ ଲାଲ ପାଲ ସମାଜବାଦୀ ପାର୍ଟିର ପ୍ରଦେଶ ମହାସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ ।

କହରଖୁଛୁ ଚଳିତ ଲୋକସଭା ନିର୍ବାଚନରେ ନରେଶ ଉତ୍ତମ ପଟେଲ ଉତ୍ତରପ୍ରଦେଶର ଫତେହପୁର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତାଙ୍କୁ ଅଖିଲେଶ ଯାଦବଙ୍କ ନିକଟତମ ବୋଲି ବିବେଚିତ କରାଯାଇଛି । ମେ ୭ ତାରିଖରେ ଉତ୍ତରପ୍ରଦେଶର ୧୦ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିରେ ସମ୍ଭଲ, ହାଥରସ୍, ଆଗରା, ଫତେହପୁରୀ ସିକରୀ, ଫିରୋଜାବାଦ୍, ମୈନପୁରୀ, ଏଟା, ବଦାୟୁଁ, ଆଁୱଲା ଏବଂ ବରେଲି ସାମିଲ ରହିଛି । ଏହି ପର୍ଯ୍ୟାୟରେ ମୋଟ୍ ୧୦୦ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି । ସେହିପରି ଏହି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୧.୮୮ କୋଟି ମତଦାତା ସାମିଲ ଅଛନ୍ତି ।

Get real time updates directly on you device, subscribe now.