fbpx
BJD
BJD SKY
BJD SKY

ଲାଞ୍ଜିଗଡ଼ ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥାକୁ ନିୟୋଜିତ କଲା ବେଦାନ୍ତ

BJD

କଳାହାଣ୍ଡି: ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ ସମ୍ପତ୍ତିର କାର୍ଯ୍ୟଦକ୍ଷତା ମାପଦଣ୍ଡ ଉପରେ ନଜର ରଖିବାରେ ସାହାଯ୍ୟ କରିବ, ଯାହା ଦ୍ୱାରା ପ୍ଲାଣ୍ଟରେ ଶକ୍ତି ଦକ୍ଷତାର ବିକାଶ ହୋଇପାରିବ। ଏହା ଏକ ଉନ୍ନତ ଡିଜିଟାଲାଇଜେସନ ପ୍ରୟାସ ଯାହାକି ବର୍ଦ୍ଧିତ କାର୍ଯ୍ୟକ୍ଷମ ଅପ୍ଟିମାଇଜେସନ ଓ ରିଫାଇନାରୀ କାର୍ଯ୍ୟର ସ୍ୱୟଂ ଚାଳିତ ବୃଦ୍ଧି ଘଟାଇବ ।

ଜଟିଳ ପରିଚାଳନା ଗୁଡ଼ିକର ବ୍ୟବସ୍ଥିତ ମନିଟରିଂ, ବିଶ୍ଳେଷଣ ଓ ଅପ୍ଟିମାଇଜେସନ ନିଶ୍ଚିତ କରିବାକୁ ଶକ୍ତି ପରିଚାଳନା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯାହା ସାମଗ୍ରିକ ଶକ୍ତି ଦକ୍ଷତାକୁ ଆଗେଇ ନେଇଥାଏ ଓ କେନ୍ଦ୍ରୀୟ ଡାଟାବେସର କାର୍ଯ୍ୟକୁ ସୁଗମ କରିଥାଏ ।

ଆଲୁମିନା ବିଶୋଧନ ପ୍ରକ୍ରିୟାରେ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଉନ୍ନତ, ସ୍ୱୟଂଚାଳିତ ଓ ଡାଟା ଆଧାରିତ ପ୍ରକ୍ରିୟା ଗୁଡ଼ିକର କାର୍ଯ୍ୟକାରିତା ଲାଗି ଶକ୍ତି ପରିଚାଳନା ପ୍ରଣାଳୀ ଏହାର ଦକ୍ଷତାକୁ ବଢାଇଥାଏ ଓ ଇଏସଜି ଲକ୍ଷ୍ୟ ହାସଲ ପାଇଁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ କମ କରିଥାଏ ।

ଏହି ଅବସରରେ ବେଦାନ୍ତ ଲିମିଟେଡର ଆଲୁମିନା ବିଜିନେସର ସିଇଓ ଶ୍ରୀପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଶକ୍ତି ପରିଚାଳନା ପ୍ରଣାଳୀ ପରି ପଦକ୍ଷେପ ମାଧ୍ୟମରେ ଆମେ ଶକ୍ତିଦକ୍ଷତା ବୃଦ୍ଧି ଦିଗରେ ଆଗେଇବା ପାଇଁ ପ୍ରତିଶୃତିବଦ୍ଧ।ଯେକୌଣସି ଶିଳ୍ପ ପାଇଁ ଶକ୍ତିଦକ୍ଷତା ପ୍ରୟୋଜନ, ଆମେ କାର୍ବନ ପଦଚିହ୍ନକୁ ହ୍ରାସ କରିବା ଲାଗି ସ୍ୱଚ୍ଛ ଓ ଅଧିକ ସ୍ଥାୟୀ ଶକ୍ତି ପ୍ରଣାଳୀକୁ ଏକତ୍ର କରୁଛୁ ଯାହାଦ୍ୱାରା ସମସ୍ତଙ୍କ ଲାଗି ଏକ ସମୃଦ୍ଧ ଓ ସ୍ଥାୟୀ ଭବିଷ୍ୟତଗଠନ ହୋଇପାରିବ ।

ବେଦାନ୍ତର ଆଲୁମିନା ବିଶୋଧନାଗାର ଏହାର ଶକ୍ତି ଦକ୍ଷତା ପଦକ୍ଷେପ ପାଇଁ ଅନେକ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ସର୍କଲ ତଥା ଭାରତ ସରକାରଙ୍କ ବ୍ୟୁରୋ ଅଫ ଏନର୍ଜି(ଏଫସିସି)ଅଧିନରେ ଶକ୍ତି ହାସଲ କରୁଛି ଓ ଶକ୍ତି ଦକ୍ଷତା ପ୍ରଦର୍ଶନ ଉପରେ ପୁରସ୍କାର ଲାଭ କରିଛି ।

ବେଦାନ୍ତ ଆଲୁମିନିୟମ ୨୦୫୦ ସୁଦ୍ଧା ନେଟଜିରୋ ହାସଲ କରିବାକୁ ପ୍ରତିଶୃତି ଦେଇଛି ଓ କାର୍ବନ ଫୁଟ ପ୍ରିଂଟକୁ ହ୍ରାସ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି । ଏହାର କାର୍ଯ୍ୟକଳାପ ମାଧ୍ୟମରେ କମ୍ପାନି ଏକ ସବୁଜ ଭବିଷ୍ୟତ ନିଶ୍ଚିତ କରିବାକୁ ଦୁଇ ଗୁଣା ରଣନୀତି ଆପଣାଇଛି ଓ ଏହି ଯାତ୍ରା କମ୍ପାନି ଲାଗି ହାସଲ ହୋଇଥିବା ପ୍ରମୁଖ ମାଇଲଖୁଣ୍ଟଯାହା-

– ଉତ୍ପାଦନକୁ ୧୬% ବୃଦ୍ଧି କରୁଥିବା ବେଳେ ଆର୍ଥିକବର୍ଷ ୨୩ର ବେସଲାଇନ ଉପରେ ଏସଏଚଜି ନିର୍ଗମନ ତୀବ୍ରତାକୁ ୮% ହ୍ରାସ କରିଛି ।
– ଆର୍ଥିକବର୍ଷ ୨୪ରେ ଏହାର କାର୍ଯ୍ୟରେ ୧୫ ବିଲିୟନ ଲିଟରୁ ଅଧିକ ଜଳ ପୁନଃ ବ୍ୟବହାର କରିଛି ।
– ମଧୁର ଜଳ ଉତ୍ସରୁ ଜଳପ୍ରତ୍ୟା ହାରରେ ଏକ ଉଲ୍ଲେଖନୀୟ ଭୂମିକା ୧୧% ହ୍ରାସ କରିଛି
– ୧.୫ ମିଲିୟମ କ୍ୟୁବିକ ମିଟର ମଧୁର ଜଳସଂଚୟ
– ଆର୍ଥିକବର୍ଷ ୨୩ରେ ବର୍ଜ୍ୟବସ୍ତୁବ୍ୟବହାରକୁ ୨୦୦%କୁ ଦ୍ୱିଗୁଣିତ କରିଛି
– ୬୦ରୁ ଅଧିକ ଗ୍ରାମାଞ୍ଚଳରେ ଜଳ ସଂସ୍ଥାର ପୁନରୁଦ୍ଧାର ପ୍ରକଳ୍ପରେ ସହଯୋଗ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏ କି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକବର୍ଷ ୨୪ ରେ ୨.୩୭ ନିୟୁତ ଟନ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟିଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାର ପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ଦିଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Get real time updates directly on you device, subscribe now.