fbpx
BSKY
BJD YOUTH SKY
BJD MS SKY

ଶୀଘ୍ର ଶୀଘ୍ର ସରିଯାଉଛି କି ଆପଣଙ୍କ ଫୋନ୍‌ର ଡାଟା, ତୁରନ୍ତ ଅଫ୍ କରି ଦିଅନ୍ତୁ ଫୋନ୍‌ରେ ଏହି ସେଟିଂ

ଓଡ଼ିଶା ଭାସ୍କର: ସ୍ମାର୍ଟଫୋନ୍ ଆମ ସମସ୍ତଙ୍କ ଜୀବନର ଏକ ଜରୁରୀ ଅଂଶ ପାଲଟିଯାଇଛି । ଏହାସହିତ ଇନଷ୍ଟାଗ୍ରାମ ପରି ଆପ୍ ବହୁ ଲୋକଙ୍କ ଦୈନିକ ଜୀବନର ଏକ ଅଂଶ ପାଲଟିଯାଇଛି । ଇନଷ୍ଟାଗ୍ରାମ ରିଲ୍ସରେ ଲୋକମାନେ ଘଣ୍ଟାଘଣ୍ଟା ସମୟ ବିତାଇଥାନ୍ତି । ଏଥିରେ ଫୋନ୍‌ର ବ୍ୟାଟେରୀ ଅଧିକ ଖର୍ଚ୍ଚ ହେବା ସହିତ ବହୁତ ଅଧିକ ଡାଟା ବି ଖର୍ଚ୍ଚ ହୋଇଥାଏ ।

ଇନଷ୍ଟାଗ୍ରାମରେ କିଛି ସମୟ ପୂର୍ବରୁ ଏଚଡିଆର୍ ଭିଡିଓ ପ୍ଲେବ୍ୟାକ୍ ଫିଚର ଆସିଛି । ଏହି ଫିଚର କାରଣରୁ ଆପଣଙ୍କୁ ଉତ୍ତମ କ୍ୱାଲିଟିର କଣ୍ଟେଣ୍ଟ ନଜର ଆସିଥାଏ । ଏହି କାରଣରୁ ଆପଣଙ୍କ ଫୋନ୍ ବ୍ୟାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ ଏହା ସହିତ ଅଧିକ ଡାଟା ବି ଖର୍ଚ୍ଚ ହୋଇଥାଏ ।

ଆପଣ ଏହି ସେଟିଂକୁ ଅଫ୍ କରି ଖୁବ୍ ସହଜରେ ଆପଣଙ୍କ ଡାଟା ବଞ୍ଚାଇପାରିବେ । ବିଶେଷକରି ଆଇଫୋନ୍‌ରେ ଏଚଡିଆର୍ ଡିସବେଲ୍ କରିବାର ଫିଚର ମିଳିଥାଏ । ଏଥିପାଇଁ ଆପଣଙ୍କୁ ୟୁଅର ଆକାଉଣ୍ଟ ବା ସେଟିଂକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ମିଡିଆ କ୍ୱାଲିଟିର ବିକଳ୍ପ ମିଳିବ ।

ଏହି ବିକଳ୍ପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଡିସେବଲ୍ ଏଚଡିଆର୍ ଭିଡିଓ ପ୍ଲେବ୍ୟାକ୍‌ର ଟଗଲ୍ ଅନ୍ କରିବାକୁ ହେବ । ଡିସେବଲ୍ କରିବା ପରେ ଆପଣଙ୍କୁ ଏସଡିଆର୍ କ୍ୱାଲିଟିରେ କଣ୍ଟେଣ୍ଟ ମିଳିଯିବ ।
ଆଣ୍ଡ୍ରଏଡ୍ ୟୁଜର୍ସ ଡାଟା ସେଭ୍ କରିବା ଲାଗି ଆପଣଙ୍କୁ ସେଟିଂକୁ ଯିବାକୁ ହେବ । ଏହାପରେ ମୋବାଇଲ୍ ଡାଟା ସେଭିଂକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ଡାଟା ସେଭର ବିକଳ୍ପ ମିଳିବ । ଏହାକୁ ଅନ୍ କରିବାକୁ ହେବ । ଏହା କରିବା ମାତ୍ରକେ ରିଲ୍ସ ଆଗୁଆ ଲୋଡ୍ ହେବ ନାହିଁ ଓ ଆପଣଙ୍କ ଡାଟା ବଞ୍ଚିଯିବ ।

Get real time updates directly on you device, subscribe now.