fbpx
BJD
BJD SKY
BJD SKY

ଲଜ୍ଜାଜନକ ଘଟଣା: ଅଷ୍ଟ୍ରେଲିଆର ମହିଳା ମନ୍ତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ

BJD

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଅଷ୍ଟ୍ରେଲିଆର ଜଣେ ମହିଳା ସାଂସଦ ତଥା ସହକାରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନିଜ ନିର୍ବାଚନ ମଣ୍ଡଳୀରେ ମହିଳା ମନ୍ତ୍ରୀ ବ୍ରିଟାନୀ ଲାଉଗା ଏପରି ଏକ ଭୟଙ୍କର ଅପରାଧର ଶିକାର ହୋଇଛନ୍ତି । ତେବେ ଜଣେ ମହିଳା ମନ୍ତ୍ରୀଙ୍କ ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୋଲିସ ଏହି ମାମଲାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଛି ।

ବ୍ରିଟାନୀଙ୍କ ପକ୍ଷରୁ ପୋଲିସରେ ଦାୟର ହୋଇଥିବା ଅଭିଯୋଗ ମୁତାବକ, ଗତ ମାସ ୨୮ ତାରିଖରେ ଏହି ଅଘଟଣ ଘଟିଥିଲା । ଘଟଣା ଦିନ ସେ ବାହାରକୁ ବୁଲିବାକୁ ଯାଇଥିବା ସମୟରେ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିଲା । ଏହି ଅଭିଯୋଗ ପରେ ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଘଟଣା ବାବଦରେ ବ୍ରିଟାନୀ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଘଟଣା ଦିନ ସେ କୌଣସି ନିଶା ସେବନ କରିନଥିଲେ ତଥାପି ତାଙ୍କ ଶରୀରରେ ନିଶାଦ୍ରବ୍ୟ ଥିବା ଡାକ୍ତରୀ ଯାଞ୍ଚରୁ ଜଣାପଡ଼ିଥିଲା । ତେଣୁ ତାଙ୍କୁ ଅଚେତ କରାଯାଇ ନିଶା ଦିଆଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ସହ ଜଡ଼ିତ ଅପରାଧୀମାନେ ଖୁବଶୀଘ୍ର ଧରାପଡ଼ିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଅଷ୍ଟ୍ରେଲିଆରେ ଏକ ହାଇପ୍ରୋଫାଇଲ ଲିଙ୍ଗ ଆଧାରିତ ହିଂସା ଦେଖିବାକୁ ମିଳିଥିଲା । ଗତ ମାସରେ ଜଣେ ଦୁର୍ବୃତ୍ତ ସିଡନୀ ଶପିଂ ସେଣ୍ଟରରେ ୬ ଜଣଙ୍କୁ ହତ୍ୟା କରିଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିଲେ । ତେଣୁ ଅପରାଧ ଉପରେ ରୋକ ଲଗାଇବା ପାଇଁ ବ୍ରିଟାନୀଙ୍କ ସହ ଏପରି ଲଜ୍ଜାଜନକ ହରକତ କରିଥିବା ଦୁର୍ବୃତ୍ତମାନଙ୍କୁ ଧରିବା ନିହାତି ଜରୁରୀ ହୋଇ ପଡ଼ିଛି ।

Get real time updates directly on you device, subscribe now.