fbpx
BSKY
BJD MC SKY
BJD YOUTH SKY

ଯନ୍ତ୍ରଣା ସତ୍ତ୍ୱେ ହେଭି ପେନକିଲର ନେଇ ସେଟ୍‌କୁ ଫେରିଲେ ଭାରତୀ , ସୁଟିଂ ସରିଲେ ପୁଣି ଯିବେ ହସ୍ପିଟାଲ

ଓଡ଼ିଶା ଭାସ୍କର: ଜଣେ କଳାକାର ନିଜ କାମକୁ ନେଇ କେତେ ଉତ୍ସର୍ଗୀକୃତ ତାହାର ପ୍ରମୁଖ ଉଦାହରଣ ହେଉଛନ୍ତି କମେଡିଆନ୍ ଭାରତୀ ସିଂହ । ସେ ଯନ୍ତ୍ରଣା ଭିତରେ ବି ସୁଟିଂ କରିବାକୁ ପହଞ୍ଚିଛନ୍ତି ।
ସୋମବାର ଭାରତୀଙ୍କୁ ‘ଡ୍ୟାନ୍ସ ଦିବାନେ ୪’ ସେଟ୍‌ରେ ଦେଖିବାକୁ ମିଳିଥିଲା । ଯନ୍ତ୍ରଣା ସତ୍ତ୍ୱେ କମେଡିଆନ୍ ସେଟ୍‌ରେ ଖୁସିଥିବାର ନଜର ଆସିଥିଲେ । ସେ ଫଟୋଗ୍ରାଫରଙ୍କୁ ପୋଜ୍ ବି ଦେଇଥିଲେ । ଏକ ଅରେଞ୍ଜ ଶାଢୀରେ ସେ ବହୁତ ସୁନ୍ଦର ଲାଗୁଥିଲେ । ନିଜ ଯନ୍ତ୍ରଣାକୁ ହସ ପଛରେ ଲୁଚାଇ ସେ କ୍ୟାମେରା ସାମ୍ନାରେ କମେଡି କରିବାକୁ ପଛାଇ ନ ଥିଲେ । ତାଙ୍କ ସହ ସୁନୀଲ ସେଟ୍ଟୀ ବି ନଜର ଆସିଥିଲେ ।

ନିଜ କାମ ପ୍ରତି ଭାରତୀଙ୍କ ଉତ୍ସାହ ଦେଖି ଫ୍ୟାନ୍ସ ସଲାମ କରିଛନ୍ତି । ତାଙ୍କୁ ଫ୍ୟାନ୍ସ ଜଣେ ଟ୍ରୁ ପ୍ରଫେସନାଲ କହିଛନ୍ତି । ଏହା ସହିତ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି ।
ଗତ କିଛିଦିନ ତଳେ ଭାରତୀ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ତାଙ୍କ ଗଲ୍ ବ୍ଲାଡରରେ ଷ୍ଟୋନ ହୋଇଥିବାରୁ ସେ ବହୁଦିନ ଧରି ଅସୁସ୍ଥ ଥିଲେ । ଭାରତୀ ଏବେ ମେଡିସିନ୍ ନେଇ ସୁଟିଂ ଲାଗି ଆସିଛନ୍ତି । ସୁଟିଂ ସରିବା ପରେ ପୁଣି ହସ୍ପିଟାଲରେ ଆଡମିଟ୍ ହେବେ ଓ ତାଙ୍କର ସର୍ଜରୀ ହେବ ।

Get real time updates directly on you device, subscribe now.