fbpx
BSKY SKY
BSKY SKY

କଟକରୁ ଆଜି ପୁଣି ୫୧ ପଜିଟିଭ୍ ଚିହ୍ନଟ

BSKY

କଟକ, ୩୦ା୭(ଓଡ଼ିଶା ଭାସ୍କର): ହୁ ହୁ ହୋଇ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି କଟକ ସହରରୁ ପୁଣି ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆଜି କଟକ ସହରରୁ ୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।

ତେବେ ବର୍ତ୍ତମାନ ସୁଦ୍ଧା ୮୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୩୨୭ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୫୪୭ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.