fbpx

ଜୁନ ଅପେକ୍ଷା ଜୁଲାଇରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁହାର କମିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୩୦ା୭: କରୋନା ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବେଶି ନାହିଁ ବୋଲି ସେହି ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହାସହ ଦେଶରେ ଜୁନ ଅପେକ୍ଷା ଜୁଲାଇରେ ମୃତ୍ୟୁହାର କମିଛି । ସଠିକ ଚିକତ୍ସା ଯୋଗୁଁ ସଂକ୍ରମିତ ସୁସ୍ଥ ହେବାରେ ଲାଗିଛନ୍ତିି । ଅନେକ ରାଜ୍ୟରେ ଦେଶ ଅପେକ୍ଷା କମ୍ ମୃତ୍ୟୁହାର ରହିଛି । ଗୋଟିଏ ମାସରେ ପ୍ରାୟ ୧କୋଟି ନମୁନା ପରୀକ୍ଷର ହୋଇସାରିଥିବା ସୂଚନା ଦିଆଯାଇଛି । ରେକର୍ଡ଼ ଅନୁସାରେ ୧୦ଲକ୍ଷ ୨୦ହଜାରରୁ ଅଧିକ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ୫ଲକ୍ଷ ୨୮ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ଅଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଲକ୍ଷ ୮୩ହଜାର ୭୯୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୪ହଜାର ୯୬୮କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.