fbpx

ରାଜ୍ୟରେ ଖୋଲିବ ୫୪ଟି ଆରଟିଓ କ୍ୟାମ୍ପ ଅଫିସ୍‌, ଏବେ ହାତପାହାନ୍ତାରେ ମିଳିବ ଜରୁରୀ ସେବା

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ ଯାନବାହାନ ଦ୍ରୁତଗତିରେ ବଢିବାରେ ଲାଗିଛି । ଏଥିସହ ଜଡିତ ସେବାର ମଧ୍ୟ ଆବଶ୍ୟକତା ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ୫୪ଟି କ୍ୟାମ୍ପ ଅଫିସ ଖୋଲାଯିବା ନେଇ ପ୍ରସ୍ତୁତି ଚାଲିଛି । ତେବେ ଏହି ଅଫିସରେ ପରିବହନ ସଂପର୍କୀତ ସେବା ଉପଲବ୍ଧ ହେବ । ଏହା ଫଳରେ ଆରଟିଓ ଅଫିସଠାରୁ ଦୂରରେ ରହୁଥିବା ଲୋକେ ଆଉ ସମସ୍ୟା ଭୋଗିବେ ନାହିଁ ।

ଆରଟିଓ କାର୍ଯ୍ୟାଳୟରେ ଭିଡ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରଖି ରାଜ୍ୟ ପରିବହନ କ୍ୟାମ୍ପ ଅଫିସ୍ ଖୋଲିବା ପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଥିଲା ।

ଏହା ରାଜ୍ୟ ସରକାର ୫ଟି ଉପକ୍ରମ ଅଧୀନରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଭଳି ଏକାଧିକ ଅଭିନବ ବ୍ୟବସ୍ଥା କରାଯାଇଛି । ତେବେ ଏଥିରେ ଅନ୍ତର୍ଭୁକ୍ତ ଥିବା ଅଞ୍ଚଳଗୁଡିକ ହେଉଛି, ଗଞ୍ଜାମ ଜିଲ୍ଲାରେ ଅସ୍କା ଓ ବ୍ରହ୍ମପୁର, କଳାହାଣ୍ଡିରେ ଧର୍ମଗଡ଼, ମୟୂରଭଞ୍ଜରେ କରଞ୍ଜିଆ ଓ ବେତନଟୀ, ବଲାଙ୍ଗିରରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, ସମ୍ବଲପୁରରେ ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁରର ପାରାଦ୍ୱୀପ, କଟକରେ ଆଠଗଡ଼ ଓ ନିଆଳିରେ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବ। ସେହିପରି କେନ୍ଦ୍ରାପଡ଼ାରେ ପଟ୍ଟାମୁଣ୍ଡାଇ, ଭଦ୍ରକରେ ଚାନ୍ଦବାଲି ଓ ଧାମରା, ଯାଜପୁରରେ କାଳିଆପାଣି ଓ କଳିଙ୍ଗନଗର, ବାଲେଶ୍ୱରରେ ନୀଳଗିରି ଓ ଜଳେଶ୍ୱର, କେନ୍ଦୁଝରରେ ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ରେ ହେମଗିରି, ରାଉରକେଲାରେ ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳରେ ଆଠମଲ୍ଲିକ, ତାଳଚେରରେ ପାଲଲହଡ଼ା ଓ ଏନ୍‌‌ଟିପିସି କଣିହା, ଢେଙ୍କାନାଳରେ କାମାକ୍ଷାନଗର, ଖୋର୍ଦ୍ଧାରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ରେ ଦଶପଲା ଏବଂ ଓଡ଼ଗାଁ, ପୁରୀରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ାରେ ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟରେ ଜୟପୁର ଓ ସେମିଳିଗୁଡ଼ା, ଗଜପତିରେ ମୋହନାଠାରେ କ୍ୟାମ୍ପ୍‌‌ ଅଫିସ ଖୋଲିବ।

ଏଥିସହ ମାଲକାନଗିରିରେ ମୋଟୁ ଓ ଚିତ୍ରକୋଣ୍ଡା, ଫୁଲବାଣୀରେ ବାଲିଗୁଡ଼ା ଓ ଜି. ଉଦୟଗିରି, ନୂଆପଡ଼ା, ନବରଙ୍ଗପୁରରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧରେ କଣ୍ଟାମାଳ ଓ ଚାରିଛକ, ସୋନପୁରରେ ଡୁଙ୍ଗିରିପାଲି, ଝାରସୁଗୁଡ଼ାରେ ବ୍ରଜରାଜନଗର ଓ ଲଖନପୁର, ଦେବଗଡ଼ ଜିଲ୍ଲାର ରିଆମାଳରେ ଏପରି କ୍ୟାମ୍ପ୍‌‌ ଅଫିସ ଖୋଲାଯିବ।

Get real time updates directly on you device, subscribe now.