fbpx

ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି

ଭୁବନେଶ୍ୱର, ୪ ।୨(ଓଡିଶା ଭାସ୍କର): କେନ୍ଦ୍ରର ରେଳ ବଜେଟରେ ଏଥର ଓଡିଶା ପାଇଁ ୫୫୨୮ କୋଟି ବ୍ୟୟବରାଦ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଛି । ୨୦୨୧-୨୨ରେ ଅନୁଦାନ ହାର ୫୬୦% ଅଧିକ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ନୂଆ ରେଳପଥ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପରେ ୪୮୭୭ କିମି ରେଳପଥ ବିଚ୍ଛାଯିବାର କାର୍ଯ୍ୟକ୍ରମ ପାଇଁ ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.