fbpx

ରାଜ୍ୟରେ ଶୀତର ଲହରୀ : ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ସର୍ବନିମ୍ନ ୩ ଡିଗ୍ରୀ ତାପାମାତ୍ରା ସହ ରାଜ୍ୟର ଶୀତଳ ସହର ହୋଇଛି ଜି.ଉଦୟଗିରି । ସେହିପରି ଫୁଲବାଣୀରେ ୫.୫ ଡିଗ୍ରୀ, ଦାରିଙ୍ଗବାଡିରେ ୮ ଡିଗ୍ରୀ, କୋରାପୁଟରେ ୮.୫ ଡିଗ୍ରୀ, ଝାରସୁଗୁଡାରେ ୯.୨ ଡିଗ୍ରୀ, କେନ୍ଦୁଝରରେ ୯.୪ ଡିଗ୍ରୀ, ବଲାଙ୍ଗୀରରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୯.୫ ଡିଗ୍ରୀ, ଭବାନୀପାଟଣାରେ ୯.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହିତ କଟକରେ ୧୩.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୧୪.୭ ଡିଗ୍ରୀ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆଜି ସକାଳ ସୁଦ୍ଧା ୮ ଜିଲ୍ଲାରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୮ଟି ଜିଲ୍ଲାଗୁଡିକ ମଧ୍ୟରେ – ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ ଓ ନବରଙ୍ଗପୁର ସାମିଲ ।

Get real time updates directly on you device, subscribe now.