fbpx
BJD
BJD SKY
BJD SKY

କେବେ ଆସିବ ପିଏମ କିଷାନର ୧୭ତମ କିସ୍ତି ? ଆଜି ହିଁ କରିନିଅନ୍ତୁ ଏହି କାମ, ନଚେତ୍ ଆକାଉଣ୍ଟକୁ ଆସିବନି ଟଙ୍କା

BJD

ନୂଆଦିଲ୍ଲୀ: ଭାରତ ସରକାର ଚାଷୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଭଳି ଏକ ଚମତ୍କାର ଯୋଜନା ଚଳାଉଛନ୍ତି । ଏହା ଅଧୀନରେ ଦେଶର ସମସ୍ତ କୃଷକ ପରିବାରକୁ କୃଷି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ତଥା ଘରର ଆବଶ୍ୟକତା କ୍ରୟ ପାଇଁ ଆର୍ଥିକ ସହାୟତା ଦିଆଯାଉଛି ।

ଚାଷୀମାନେ ୧୭ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଏହି ଯୋଜନାର ୧୬ ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୮ ଫେବୃଆରୀ ୨୦୨୪ ରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା । ପିଏମ-କିଷାନ ପଦକ୍ଷେପ ଅନୁଯାୟୀ ଯୋଗ୍ୟ ଚାଷୀଙ୍କୁ ପ୍ରତି ଚାରିମାସରେ ୨,୦୦୦ ଟଙ୍କା ଦିଆଯିବ । ମୋଟ ଉପରେ କୃଷକମାନେ ବର୍ଷକୁ ୬,୦୦୦ ଟଙ୍କା ପାଆନ୍ତି ।

ପିଏମ କିଷାନ ୱେବସାଇଟ୍ ଅନୁଯାୟୀ, PMKISAN ପଞ୍ଜୀକୃତ କୃଷକମାନଙ୍କୁ eKYC କରିବାକୁ ପଡିବ । ଏହି ସେବା ପିଏମ କିଷାନ ପୋର୍ଟାଲରେ କିମ୍ବା ନିକଟସ୍ଥ ବାୟୋମେଟ୍ରିକ ଇ- କେୱାଇସି କେନ୍ଦ୍ରକୁ ଯାଇ କରାଯାଇପାରିବ ।

୧୭ ତମ କିସ୍ତି କେବେ ଆସିବ?
ବର୍ତ୍ତମାନ ହିତାଧିକାରୀ ଚାଷୀଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ ୨୦୦୦ ଟଙ୍କା କେବେ ଆକାଉଣ୍ଟକୁ ଆସିବ? ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ ଏହା ପ୍ରତି ଚାରି ମାସରେ ଅର୍ଥାତ୍ ଏପ୍ରିଲ୍-ଜୁଲାଇ, ଅଗଷ୍ଟ-ନଭେମ୍ବର ଏବଂ ଡିସେମ୍ବର-ମାର୍ଚ୍ଚରେ ଜାରି ହୋଇଥାଏ । ଏହି ଯୋଜନାର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି । ଫେବୃଆରୀ ମାସରେ ୧୬ ତମ କିସ୍ତି ଦିଆଯାଇଥିଲା, ତେଣୁ ୧୭ ତମ କିସ୍ତି ମେ ମାସରେ ଯେକୌଣସି ସମୟରେ ଆସିପାରେ । ବର୍ତ୍ତମାନ ପରବର୍ତ୍ତୀ କିସ୍ତି ରିଲିଜ୍ ତାରିଖ ସ୍ଥିର ହୋଇନାହିଁ । ତେବେ ପିଏମ କିଷାନର ୧୭ ତମ କିସ୍ତି କେବଳ ସେହି ଲୋକଙ୍କ ପାଇଁ ଉପଲବ୍ଧ ହେବ ଯାହାର ଜମି ରେକର୍ଡ, ବ୍ୟାଙ୍କ ଆକାଉଣ୍ଟରେ ଆଧାର ସିଡିଂ ଏବଂ ଇ-କେୱାଇସି ସମାପ୍ତ ହୋଇଛି ।

ଜାଣନ୍ତୁ ଏହାର ପ୍ରୋସେସ୍:-

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଘରେ ବସି କରିପାରିବେ ।
– ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

Get real time updates directly on you device, subscribe now.