fbpx
BJD SKY
BJD SKY

ହାତ ଗୋଡ଼ ବାନ୍ଧି ମଳଦ୍ୱାରରେ ପ୍ରେସର ଗନ୍ ରଖି ଷ୍ଟାର୍ଟ୍ କରିଦେଲେ ସାଥୀ କର୍ମଚାରୀ; ଫାଟିଗଲା ଅନ୍ତନଳୀ 

BJD

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଉଦୟଗଞ୍ଜ ଅଞ୍ଚଳର ଏକ ହୁଣ୍ଡାଇ ସର୍ଭିସ ସେଣ୍ଟରରେ ଜଣେ ନାବାଳିକା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସାଥୀ କର୍ମଚାରୀମାନେ ୧୬ ବର୍ଷୀୟ ନାବାଳକର ହାତ ଗୋଡ଼ ବାନ୍ଧି ତାଙ୍କ ମଳଦ୍ୱାରରେ ପ୍ରେସର ଗନ୍ ଲଗାଇ ଷ୍ଟାର୍ଟ କରିଥିଲେ। ଏହି କାରଣରୁ ଯୁବକଙ୍କ ପେଟ ଫାଟି ଯାଇଥିଲା। ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ପୀଡ଼ିତଙ୍କ ଭାଇ ଥାନାରେ ଏତଲା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଦିତ୍ୟ ତ୍ରିବେଦୀ ଗତ ଦୁଇ ମାସ ହେବ ସର୍ଭିସ ସେଣ୍ଟରରେ କାମ କରୁଥିଲେ। ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ୪ଜଣ ପୁଅ ତାଙ୍କ ହାତ ଗୋଡ଼ ଧରିଥିଲେ, ଏହି ସମୟରେ ବିକାଶ ଶର୍ମା ନାମକ ଜଣେ କର୍ମଚାରୀ ମଳଦ୍ୱାରରେ ପ୍ରେସର ଗନ୍ ରଖି ଷ୍ଟାର୍ଟ କରିଥିଲେ। ଏହି ପରେ ଆଦିତ୍ୟ ସଙ୍ଗେ ସଙ୍ଗେ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ କର୍ମଚାରୀ ଜଣକ ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ତାଙ୍କୁ ଇଞ୍ଜେକ୍ସନ ଦେଇ ଡିସଚାର୍ଜ କରାଯାଇଥିଲା ।

ହସ୍ପିଟାଲରୁ ଆସି ଆଦିତ୍ୟ ରାତି ସାରା ଚିତ୍କାର କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଲୋକବନ୍ଧୁ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କେଜିଏମ୍ୟୁକୁ ପଠାଇ ଦେଇଥିଲେ। ଯାଞ୍ଚ ପରେ କେଜିଏମ୍ୟୁର ଡାକ୍ତରମାନେ କହିଛନ୍ତି ଯେ ପ୍ରେସର ଗନ୍ ଯୋଗୁଁ ଆଦିତ୍ୟଙ୍କ ଅନ୍ତନଳୀ ଫାଟି ଯାଇଥିଲା। ଏପ୍ରିଲ ୩୦ ତାରିଖରେ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

 

Get real time updates directly on you device, subscribe now.