fbpx
BJD SKY
BJD SKY

ମୟଙ୍କ ଯାଦବଙ୍କୁ ଖୁସି ଖବର ଦେବ BCCI: ଖୁବ ଶୀଘ୍ର ମିଳିପାରେ ବଡ଼ ଉପହାର

BJD

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜିଆଣ୍ଟସର ଷ୍ଟାର ପେସ୍ ବୋଲର ମୟଙ୍କ ଯାଦବ ଆଇପିଏଲ-୨୦୨୪ରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିଜ ଗତି ଏବଂ ସଠିକ ବୋଲିଂରେ ସମସ୍ତଙ୍କ ନଜରରେ ରହିଛନ୍ତି ମୟଙ୍କ । ତେବେ ଚଳିତ ଆଇପିଏଲରେ ବାରମ୍ବାର ସେ ଆହତ ହେବାରୁ ଚିନ୍ତାରେ ପଡ଼ିଛି ସୁପର ଜିଆଣ୍ଟସ । ତେବେ ୨୧ ବର୍ଷୀୟ ଏହି ଷ୍ଟାର ବୋଲରଙ୍କୁ ଖୁବ ଶୀଘ୍ର ଏକ ବଡ଼ ଉପହାର ଦେଇପାରେ ଭାରତୀୟ କ୍ର୍ରିକେଟ ବୋର୍ଡ । ଉମ୍ରାନ ମଲିକ, ବିଦ୍ୱଥ କାୱେରପ୍ପ. ବିଶାଖ ବିଜୟ କୁମାର, ୟଶ ଦୟାଲ ଏବଂ ଆକାଶଦୀପଙ୍କ ସହ ପେସ ବୋଲର କଣ୍ଟ୍ରାକ୍ଟ ଦେଇପାରେ ଭାରତୀୟ କ୍ରିକେଟ ବୋର୍ଡ । ଏହାବ୍ୟତୀତ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ତାଙ୍କୁ ଟିମ ଇଣ୍ଡିଆର ନେଟ୍ ବୋଲର ଭାବରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଲାଗି ରହିଛି ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପେଟରେ ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଛନ୍ତି ମୟଙ୍କ ଯାଦବ । ଫଳରେ ଆଇପିଏଲର ରବିନ୍ ରାଉଣ୍ଡ ପର୍ଯ୍ୟାୟରୁ ବାଦ୍ ପଡ଼ିବାର ସମ୍ଭାବନା ଖୁବ ଅଧିକ ରହିଛି । ଗତ ୪ ସପ୍ତାହ ମଧ୍ୟରେ ମୟଙ୍କ ଦ୍ୱିତୀୟ ଥର ପାଇଁ ଆହତ ହୋଇଛନ୍ତି । ତେବେ ଆହତ ସମସ୍ୟା ଭିତରେ ଖୁସି ଖବର ପାଇପାରନ୍ତି ମୟଙ୍କ ଯାଦବ । ଭାରତୀୟ କ୍ରିକେଟ ବୋର୍ଡ ତାଙ୍କୁ ପେସ ବୋଲର କଣ୍ଟ୍ରାକ୍ଟ ତାଲିକାରେ ସାମିଲ କରିପାରେ ବୋଲି ଆଶା କରାଯାଉଛି । ଏହି କଣ୍ଟ୍ରାକ୍ଟ ପରେ ମୟଙ୍କ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ସ୍ପୋର୍ଟସ ସାଇନ୍ସ ଏବଂ ମେଡିକାଲ ଟିମର ହେପାଜତରେ ରହିପାରିବେ । ବିସିସିଆଇ ସୂତ୍ରରୁ ଜଣାଯାଇଛି ଯେ, ‘ମୟଙ୍କ ଯାଦବଙ୍କ ଆଘାତ ଗେଡ-୧ର ଆଘାତ ହୋଇପାରେ । ଏହି ଆଘାତ ସମସ୍ୟାରୁ ଖୁବଶୀଘ୍ର ସେ ସୁସ୍ଥ ହୋଇପାରନ୍ତି ।

ତେବେ ସୁପର ଜିଆଣ୍ଟସ ଯଦି ଆଇପିଏଲ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରେ, ତେବେ ସେ ନକ୍ଆଉଟ୍ ମ୍ୟାଚ୍ ଖେଳିବାକୁ ଫିଟ୍ ହୋଇ ଦଳକୁ କମବ୍ୟାକ କରିପାରନ୍ତି ବୋଲି କୁହାଯାଇଛି । ବର୍ତ୍ତମାନ, ଆଇପିଏଲର ଲିଗ୍ ପର୍ୟ୍ୟାୟରେ ତାଙ୍କ ଖେଳିବା ନେଇ ଆଶଙ୍କା ରହିଛି । ଯଦି ମୟଙ୍କ ଯାଦବ ଠିକ୍ ସମୟରେ ଫିଟ୍ ହୋଇଥାନ୍ତେ, ତେବେ ସେ ଟି -୨୦ ବିଶ୍ୱକପରେ ରିଜର୍ଭ ବୋଲର ଭାବରେ ସୁଯୋଗ ପାଇଥାନ୍ତେ ବୋଲି ମଧ୍ୟ କୁହାଯାଇଛି । ତେବେ ବିସିସିଆଇ ଖୁବ୍ ଶୀଘ୍ର ତାଙ୍କୁ ଏକ ଦ୍ରୁତ ବୋଲର ଚୁକ୍ତି ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.