fbpx
BJD SKY
BJD SKY

ନିଜ ପିଲାର ସ୍ମୃତି ଶକ୍ତି ପ୍ରଖର କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

BJD

ଅଭିଭାବକ ପିଲାଙ୍କ ସ୍ମୃତି ଶକ୍ତି ପ୍ରଖର କରିବା ପାଇଁ ମେମୋରି ଟନିକ ଓ ମଲ୍ଟି ଭିଟାମିନ ଭଳି ଅନେକ କିଛି ଖୁଆନ୍ତି। ପିଲାଙ୍କ ଧିଶକ୍ତି ବଢେଇବା ପାଇଁ କେଉଁ ବାପା-ମାଆଙ୍କର ଇଚ୍ଛାନଥାଏ କହିଲେ। ପ୍ରତ୍ୟେକ ଶିଶୁଙ୍କର ପିତାମାତା ଆଶା କରନ୍ତି ଯେ ସେମାନଙ୍କ ପିଲା ପଢା-ଲେଖାରେ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସଫଳ ହେଉ। କିନ୍ତୁ କେତେକ କ୍ଷେତ୍ରରେ ଅଭିଭାବକମାନେ ପିଲାଙ୍କ ଆଇକ୍ୟୁ ବଢେଇବାରେ ଅସଫଳ ହୋଇଯାଆନ୍ତି। ଯଦି ଆପଣ ଚାହାଁନ୍ତି ଆପଣଙ୍କ ପିଲା ସ୍ମାର୍ଟ ହେବା ସହିତ ବୃଦ୍ଧିମତା ହେଉ ତେବେ ଆପଣଙ୍କୁ କିଛି ଜିନିଷ ଧ୍ୟାନ ରଖିବା ଉଚିତ୍।

ପିଲାଦିନରୁ ଆପଣଙ୍କ ଛୁଆ କିଛି ଭଲ କଥା ଶିଖିବା ଉଚିତ୍। ଯାହାଦ୍ୱାରା ସେମାଙ୍କର ମସ୍ତିଷ୍କର କ୍ଷମତା ବୃଦ୍ଧି ପାଇଥାଏ। ଏହା ଆପଣଙ୍କ ପିଲାଙ୍କୁ ବାକି ପିଲାଙ୍କଠାରୁ ଦୁଇ ପାଦ ଆଗରେ ରଖିବ। ତେବେ ଆସନ୍ତୁ ଜାଣିବା କଣ କଲେ ଶିଶୁର ବୁଦ୍ଧିମତା ସ୍ତର ବଢିବ ବା ସମସ୍ତ ଜିନିଷ ତୁରନ୍ତ ମନେ ରଖିବ…

ଶିଶୁଟି ମାତୃଗର୍ଭରେ ଥିବା ଦିନଠାରୁ ଶିଶୁ ପ୍ରତି ଯତ୍ନ ନେବା ଉଚିତ୍। ପିଲାଟି ଜନ୍ମ ହେବାଠାରୁ ବଡ଼ ହେବା ଯାଏ ନିଜ ପରିବାର ଲୋକଙ୍କୁ ଦେଖେ ଏବଂ ତାଙ୍କୁ ଅନୁସରଣ କରେ। ତେଣୁ ପିଲାଙ୍କ ସାମ୍ନାରେ କଦାପି ଅପମାନଜନକ ଭାଷା, ଅଶ୍ଳୀଳ ବ୍ୟବହାର କରିବା ଉଚିତ୍ ନୁହେଁ କିମ୍ବା ପିଲାଙ୍କୁ ମଧ୍ୟ କଦାପି ମାରିବା ଉଚିତ ନୁହେଁ।

ପିଲାଟିଦିନରୁ ସନ୍ତାନକୁ ପ୍ରକୃତିକୁ ଭଲ ପାଇବା ଶିଖାନ୍ତୁ। ଗଛ, ଫୁଲ, ପ୍ରାଣୀ ବିଷୟରେ ଭଲ ଭଲ କଥା କୁହନ୍ତୁ। ଯେଉଁଥିପାଇଁ ପ୍ରକୃତି ପ୍ରତି ସେମାନଙ୍କର ପ୍ରେମ ବୃଦ୍ଧି ପାଇବ। ଛୁଆଙ୍କ ଜିଜ୍ଞାସାରୁ ହସରେ ଉଡାଇ ନଦେଇ ପ୍ରଶ୍ନର ଉତ୍ତର ଦେବାକୁ ବା ସମାଧାନ କରିବାକୁ ଚେଷ୍ଟା କରନ୍ତୁ। କୌଣସି ଅଦୃଶ୍ୟ କିମ୍ବା ରହସ୍ୟମୟ ବସ୍ତୁ କିମ୍ବା ଭୂତ-ପ୍ରେତ କଥା କହି ଭୟ ଦିଅନ୍ତୁ ନାହିଁ।

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ସଂଗୀତ ପ୍ରତି ଆଗ୍ରହୀ ପିଲାମାନଙ୍କର ସ୍ମୃତି ଭଲ ଥାଏ। ଆପଣ ମଧ୍ୟ ଆପଣଙ୍କ ଛୁଆଙ୍କୁ ସଙ୍ଗୀତ କିମ୍ବା କିଛି ସଙ୍ଗୀତ ଯନ୍ତ୍ର ଶିଖାଇ ପାରିବେ। ପିଲାଙ୍କୁ ଗିଟାର, ସୀତାର, ତାବଲା, ହାରମୋନିୟମ ଭଳି ଯେକୌଣସି ଯନ୍ତ୍ର ବଜେଇବା ଅଭ୍ୟାସ କରେଇ ପାରିବେ। ଏପରି କଲେ ଶିଶୁଙ୍କର ଆଇକ୍ୟୁ ସ୍ତର ବଢିବ ଏବଂ ତାଙ୍କ ଭିତରେ ଗାଣିତିକ ଦକ୍ଷତା ମଧ୍ୟ ବିକଶିତ ହେବ।

ଛୁଆଙ୍କ ଶାରିରୀକ ଏବଂ ମାନସିକ ବିକାଶ ପାଇଁ ଖେଳ-ଦୌଡ଼ ନିହାତି ଆବଶ୍ୟକ। ତାଙ୍କୁ ଖେଳ ମାଧ୍ୟମରେ ଅନେକ କଥା ଶିଖାଇବାକୁ ମଧ୍ୟ ସହଜ ଲାଗେ। ତେଣୁ ସେମାନଙ୍କୁ ବାହାରେ ଯାଇ ଖେଳିବାକୁ ନିଶ୍ଚୟ କୁହନ୍ତୁ। ଏପରି କିଛି ଖେଳ ଚୟନ କରିପାରିବେ ଯେଉଁ ଖେଳ ମାଧ୍ୟମରେ ଛୁଆମାନେ ଚିନ୍ତା କରିବେ ଏବଂ ନିଜ ଧିବୁଦ୍ଧକୁ ବଢାଇପାରିବେ।

ଛୁଆଙ୍କ ଆଇକ୍ୟୁ ସ୍ତର ବଢେଇବାକୁ ହେଲେ ସେମାନଙ୍କୁ ସବୁବେଳେ ଗଣିତ ପଢାନ୍ତୁ ଏବଂ ସମାଧାନ କରିବାକୁ କୁହନ୍ତୁ। ପିଲାବେଳରୁ ହିଁ ଛୁଆଙ୍କର ବ୍ରିଦିଂ ଏକ୍ସର୍ସାଇଜ କରାନ୍ତୁ। ଏପରି କଲେ ସେମାନଙ୍କ ମଧ୍ୟରେ ବ୍ୟସ୍ତତା କମ ରହିବ ଏବଂ ସେମାନେ ପ୍ରତ୍ୟେକ କାର୍ଯ୍ୟ ଉପରେ ନିଜର ଲକ୍ଷ୍ୟ ସଠିକ୍ ରଖି ଆଗକୁ ବଢିପାରିବେ।

Get real time updates directly on you device, subscribe now.